fbpx

ସାବଧାନ୍! ଆପଣଙ୍କ University ଅସଲି ତ? UGC ଜାରି କଲା ୯ ନକଲି ବିଶ୍ୱବିଦ୍ୟାଳୟ ତାଲିକା

ନୂଆଦିଲ୍ଲୀ: ଦେଶରେ ଅନେକ ଗୁଡ଼ିଏ ନକଲି ବିଶ୍ୱବିଦ୍ୟାଳୟ ଗଢିଉଠିଛି । ନକଲି ୟୁନିଭର୍ସିଟିରେ ପିଲାଙ୍କୁ ଆଡମିସନ୍ କରାଇ ସେମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଭୟାନକ ଖେଳ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ତରଫରୁ ଜାରି କରାଯାଇଛି ନକଲି ବିଶ୍ୱବିଦ୍ୟାଳୟର ତାଲିକା । ଦେଶର ଅନେକ ରାଜ୍ୟରେ ଏକାଧିକ ନକଲି ୟୁନିଭର୍ସିଟି ଖୋଲି ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ସହ ଖେଳାଯାଉଛି । ଶିକ୍ଷା ବିଭାଗ ନାଁରେ ପିଲାମାନଙ୍କୁ ଠକିବା ସହ ସେମାନଙ୍କ କ୍ୟାରିୟର ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଦେଶର ଏହି ନକଲି ବିଶ୍ୱବିଦ୍ୟାଳୟ । ତେବେ ଏହି ଫର୍ଜି ୟୁନିଭର୍ସିଟିଗୁଡ଼ିକର ଲିଷ୍ଟ ଜାରି କରିବା ସହ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ/ପ୍ରମୁଖ ସଚିବ ଏବଂ ବିଭିନ୍ନ ରାଜ୍ୟର ଫର୍ଜି ସଂସ୍ଥା ବିରୋଧରେ ଉଚିତ କାର୍ୟ୍ୟାନୁଷ୍ଠାନ କରିବାକୁ ଦାବି ୟୁଜିସି କରିଛି ।

ବର୍ତ୍ତମାନ ସାରା ଦେଶରେ ପିଲାଙ୍କ ଆଡମିସନ୍ ପ୍ରକ୍ରିୟା ଜାରି ରହିଛି । କିଛି ବିଶ୍ୱବିଦ୍ୟାଳୟ ସିୟୁଇଟି ୟୁଜି ରେଜଲ୍ଟ ଜାରି ହେବା ପରେ ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଅପେକ୍ଷା କରିଥିବା ବେଳେ ଆଉ କିଛି ୟୁନିଭର୍ସିଟି ଆଡମିସନ୍ ଫର୍ମ ଜାରି କରି ସାରିଛନ୍ତି । କୌଣସି ୟୁନିଭର୍ସିଟିରେ ଆଡମିସନ୍ ହାସଲ କରିବା ପୂର୍ବରୁ ଏହାକୁ ନେଇ ଯାଞ୍ଚ କରିନିଅନ୍ତୁ । ଏହା ଆପଣଙ୍କ କ୍ୟାରିୟର ଉପରେ ବେଶ୍ ପ୍ରଭାବ ପକାଇପାରେ । ତେବେ ଯଦି କୌଣସି ନକଲି ୟୁନିଭର୍ସିଟିରୁ ଗ୍ରାଜୁଏସନ୍ ବା ପୋଷ୍ଟ ଗ୍ରାଜୁଏସନ୍ ହାସଲ କରିଥିଲେ ଏହା ଭବିଷ୍ୟତରେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଦକ୍ଷିଣ ଭାରତରେ ୯ଟି ନକଲି ୟୁନିଭର୍ସିଟି: ଦକ୍ଷିଣ ଭାରତ ନିଜ ସଂସ୍କୃତି ଏବଂ ସାକ୍ଷରତା ସ୍ତରରେ ବେଶ୍ ମଜବୁତ ରହିଛି । ବିଭିନ୍ନ ରାଜ୍ୟର ମୋଟ ୯ଟି ନକଲି ୟୁନିଭର୍ସିଟି ତାଲିକା ପ୍ରସ୍ତୁତ କରିଛି ୟୁଜିସି । ଏଥିରେ ଆଡମିସନ୍ କରିବା ଦ୍ୱାରା ଉଚ୍ଚଶିକ୍ଷା ସହିତ ଚାକିରି ପାଇଁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । କଲେଜରୁ ପାସ୍ କରିଥିବା ପିଲାଙ୍କୁ ଚାକିରିରୁ ବାଦ୍ ଦିଆଯାଇପାରେ ।

ନକଲି ୟୁନିଭର୍ସିଟି ତାଲିକା
ଆନ୍ଧ୍ରପ୍ରଦେଶ:

  • କ୍ରାଇଷ୍ଟ ନ୍ୟୁ ଟେଷ୍ଟୋମେଣ୍ଟ ଡିମଡ ୟୁନିଭର୍ସିଟି କାକୁମନୁୱରିଥୋଟୋ, ଗୁଣ୍ଟୁର, ଆନ୍ଧ୍ରପ୍ରଦେଶ
  • ଆନ୍ଧ୍ରପ୍ରଦେଶ ବାଇବେଲ ଓପନ୍ ୟୁନିଭର୍ସିଟି ଅଫ୍ ଇଣ୍ଡିଆ, ଏନଜିଓ କଲୋନୀ, ବିଶାଖା ପଟ୍ଟନମ୍, ଆନ୍ଧ୍ରପ୍ରଦେଶ

କର୍ଣ୍ଣାଟକ:

  • ବଦଗାଓଁଭୀ ସରକାର ବିଶ୍ୱ ମୁକ୍ତ ବିଶ୍ବବିଦ୍ୟାଳୟ ଶିକ୍ଷା ସୋସାଇଟି, ଗୋକକ, ବେଲଗାୱୀ

କେରଳ:

  • ସେଣ୍ଟ ଜନ୍ସ ୟୁନିଭସିଟି, କିଶନଟ୍ଟମ, କେରଳ
  • କେରଳ ଇଣ୍ଟରନେସନାଲ ଇସଲାମିକ ୟୁନିଭର୍ସିଟି ଅଫ୍ ପ୍ରଫେଟିକ ମେଡିସିନ୍(IIUPM), କୁନ୍ନମଙ୍ଗଳମ୍ କୋଝିକୋଡ, କେରଳ

Get real time updates directly on you device, subscribe now.