fbpx

ସାବଧାନ୍! ଘରକୁ ଆସି ଖାଇବା ମାଗୁଛନ୍ତି ଆତଙ୍କବାଦୀ: ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗିରଫ କଲା ପୋଲିସ

Advertisement

ଓଡିଶା ଭାସ୍କର: ଜାମ୍ମୁର ସୀମୀନ୍ତରେ ଖୌର ପାନାଲାୱାଲା ଏଲଓସି ଅଞ୍ଚଳରେ ଖୁଇ ଗ୍ରାମରୁ ପାକିସ୍ତାନୀ ଅନୁପ୍ରବେଶକାରୀ ଧରା ପଡିଛନ୍ତି । ସୀମା ନିକଟସ୍ଥ କାଠୁଆ ଜିଲ୍ଲାରୁ ସର୍ଚ୍ଚ ଅପରେସେନ ପରେ ଏହି ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ହୋଇଥିବା ଅନୁପ୍ରବେଶକାରୀଙ୍କୁ କରାଚିର ଜାହିର ଖାନ ବୋଲି ଚିହ୍ନଟ କରାଯାଇଛି । ପୋଲିସ ଟିମ ତାକୁ ସନ୍ଦେହ ଜନକ ଭାବରେ ବୁଲୁଥିବାର ନଜର କରିଥିବାରୁ ତାକୁ ଗିରଫ କରିଥିଲେ । ଜାହିର ବ୍ୟତୀତ ସେହି ଅଞ୍ଚଳରେ ୫ଜଣ ଆତଙ୍କବାଦୀଙ୍କ ବୁଲୁଥିବା ସମ୍ପର୍କରେ ସୂଚନା ମିଳିଛି ।

ପ୍ରଥମେ ଗିରଫ ହୋଇଥିବା ଜାହିର ଖାନ କହିଛନ୍ତି ଯେ , ସେ ଜାଣିଶୁଣି ସୀମା ପାର ହୋଇ ଆସିଥିଲେ । ତାଙ୍କୁ ଅଧିକ ତଦନ୍ତ ଲାଗି ପୋଲିସ ଷ୍ଟେସନକୁ ଅଣାଯାଇଥିଲା । ଆଇନ ଅନୁସାରେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯିବା ସହ ଅଧିକ ତଦନ୍ତ ଚାଲିଛି । କଠୁଆ ଜିଲ୍ଲାର ରାଜବାଗ ଅଞ୍ଚଳର ଜୁଥାନା ଗ୍ରାମରେ ୫ଜଣ ଦୁର୍ଦଶ ଆତଙ୍କବାଦୀଙ୍କ ସମ୍ପର୍କିତ କିଛି ତଥ୍ୟ ଗ୍ରାମବାସୀ ପାଇ ସୂଚନା ଦେଇଛନ୍ତି । ଖବବର ପାଇ ସ୍ଥାନୀୟ ପୋଲିସ , ସେନା ଓ  ବିଏସଏଫ ଯବାନଙ୍କ ଦ୍ୱାରା ମିଳିତ ସର୍ଚ୍ଚ ଅପରେସେନ ଆରମ୍ଭ ହୋଇଯାଇଥିଲା ।

ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ କଡା ନଜର ରଖିବା ପାଇଁ ବିଏସଏଫ ଇନ୍ସପେକ୍ଟର ଜେନେରାଲ ଜମ୍ମୁ ଫ୍ରଣ୍ଟିୟର, ଡିକେ ବୋରାଙ୍କ ସହ ଜମ୍ମୁ ଜୋନ, ଆନନ୍ଦ ଜୈନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି । ସେଠାକାର ଗ୍ରାମବାସୀଙ୍କ କହିବା ଅନୁସାରେ ଏଠାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଏକ ଘରେ ପଶି ଖାଦ୍ୟ ମାଗିଥିଲେ । ସୁରକ୍ଷା ବାହିନୀଙ୍କୁ  ସେମାନଙ୍କର ଉପସ୍ଥିତି ବିଷୟରେ ସତର୍କ କରାଯାଇଥିବାରୁ ସେମାନଙ୍କୁ ସନ୍ଦେହ କରି ସେଠାରୁ ସେମାନେ ଚମ୍ପଟ ମାରିଥିଲେ ।

Get real time updates directly on you device, subscribe now.