fbpx

ସାବଧାନ ! ପିଆଜର କଳା ପରସ୍ତ ଯୋଗୁଁ ଖାଦ୍ୟ ହୋଇଥାଏ ବିଷାକ୍ତ , ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

ଦୈନଦିନ ଜୀବନରେ ଆବଶ୍ୟକୀୟ ଖାଦ୍ୟରେ ଅନେକ ପ୍ରକାର ଜିନିଷ ବ୍ୟବହାର କରାଯାଇଥାଏ। ପୋଷଣ ନିମନ୍ତେ ଆମେ ପନିପରିବା, ଫଳମୂଳ,ଭାତ, ଡାଲି, ରୁଟି, ମାଛ, ମାଂସ ଆଦି ଖାଇଥାଉ। କିଛି ଜିନିଷକୁ କଞ୍ଚା ଖାଉଥିବା ବେଳେ ଅନେକ କିଛି ଖାଦ୍ୟ ପଦାର୍ଥକୁ ଆମେ ରୋଷେଇ କରି ଖାଇଥାନ୍ତି। ତେବେ ରୋଷେଇ କଲା ବେଳେ ସାଧାରଣତଃ ଆମେ ବିଭିନ୍ନ ପ୍ରକାର ମସଲା ବ୍ୟବହାର କରିଥାନ୍ତି। ଆମ ଭାରତୀୟ ମାନେ ଆମର ସଂସ୍କୃତି ପରମ୍ପରା ସହିତ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତି ଓ ସ୍ଵାଦିଷ୍ଟ ଭୋଜନ ମଧ୍ୟ ବେଶ୍ ପ୍ରଶଂସା ଲାଭ କରିଥାଏ। ଖାଦ୍ୟ ପ୍ରସ୍ତୁତିରେ ଆମକୁ ପିଆଜର ଆବଶ୍ୟକତା ରହିଥାଏ।

ବିନା ପିଆଜରେ କୌଣସି ତରକାରୀ ରାନ୍ଧିଲେ ତାହା ଏତେଟା ସ୍ବାଦିଷ୍ଟ ଲାଗେ ନାହିଁ। ଭାରତୀୟ ମାନେ ପିଆଜକୁ ପ୍ରାୟ ତରକାରୀରେ ବ୍ୟବହାର କରିଥାନ୍ତି। ଅନେକ ମହିଳା ପିଆଜ ବିନା ରାନ୍ଧନ୍ତି ନାହିଁ । ପିଆଜର ଉପକାରିତା ବିଷୟରେ ପ୍ରାୟତଃ ଆମେ ସମସ୍ତେ ଜାଣନ୍ତି। ଏହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ । ମଣିଷ ଶରୀରରେ ରକ୍ତ ସଞ୍ଚାଳନ ଓ ହୃତପିଣ୍ଡକୁ ସତେଜ ରଖିବା ସହିତ ହଜମ ପ୍ରକ୍ରିୟାରେ ମଧ୍ୟ ଏହା ସାହାଯ୍ୟ କରେ।

ଆମ ଶରୀରରେ ଥିବା କେତେକ ଏଲର୍ଜି ସମସ୍ୟା ଯଥା: ଆଖି କୁଣ୍ଡେଇ ହେବା, ଗଳା ଖରାପ, ସାଧାରଣ ଥଣ୍ଡା ଓ ଚର୍ମ ସମସ୍ୟା । ତେବେ ଆପଣ କ’ଣ ଜାଣନ୍ତି ଯେ କଳା ପିଆଜ ଖାଇଲେ ଆପଣଙ୍କୁ ଏଲର୍ଜି ହୋଇପାରେ । ଆଜ୍ଞା ହଁ, ବେଳେବେଳେ ଆପଣ କିଛି ପିଆଜ ଉପରେ କଳା ପରସ୍ତ ଥିବାର ନିଶ୍ଚୟ ଦେଖିଥିବେ। ଅନେକ ଲୋକ ପିଆଜ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ମନରେ ଦ୍ବନ୍ଦ ରହିଥାଏ ଯେ ପିଆଜର ସେହି କଳା ପରସ୍ତ ଶରୀରକୁ କ୍ଷତି ପହଞ୍ଚାଇଥାଏ କି ନାହିଁ ।

ମନେ ରଖନ୍ତୁ: ପିଆଜକୁ ଛଡ଼ାଇବା ସମୟରେ ଯଦି ସେଥିରେ କଳା ଦାଗ ଦେଖିବାକୁ ମିଳେ, ତେବେ ଆପଣ ତାକୁ ଖାଆନ୍ତୁ ନାହିଁ। ନଚେତ୍ ଆପଣ ମ୍ୟୁକର୍ମାଇକୋସିସରେ ପୀଡ଼ିତ ହୋଇପାରନ୍ତି। ସାଧାରଣତଃ ପିଆଜରେ ମିଳୁଥିବା ଏହି କଳା ଦାଗକୁ ଆସପର୍ଟିଲସ୍ ନାଇଜର୍ ବୋଲି କୁହାଯାଏ । ଏପରି କବକ ମାଟିରେ ମିଳିଥାଏ କିନ୍ତୁ ଏହି କଳା ଦାଗ ମ୍ୟୁକର୍ମାଇକୋସିସ୍ ନୁହେଁ । ଅନୁସନ୍ଧାନରୁ ଜଣାଯାଏ ଯେ ଏହି କଳା ଦାଗ ଏକ ପ୍ରକାର ବିଷାକ୍ତ ପଦାର୍ଥ ନିର୍ଗତ କରେ । ଏହା ଜୀବନ ପ୍ରତି ବିପଦଜନକ ହୋଇନଥିଲେ ମଧ୍ୟ ଏହା ଦ୍ବାରା ଏଲର୍ଜି ପ୍ରତିକ୍ରିୟା ସୃଷ୍ଟି ହୁଏ ବୋଲି କୁହାଯାଏ । ବିଶେଷକରି ଯେଉଁମାନଙ୍କର ପୂର୍ବରୁ ଏଲର୍ଜି ଅଛି, ସେମାନେ ଏହି କଳା ପରସ୍ତ ଥିବା ପିଆଜ ଠାରୁ ଦୂରେଇ ରହିବା ଦରକାର। ଏହାକୁ ଖାଇବା ଦ୍ବାରା ଶ୍ବାସ ରୋଗରେ ପୀଡ଼ିତ ଥିବା ଲୋକମାନେ ମଧ୍ୟ ପ୍ରଭାବିତ ହୋଇପାରନ୍ତି। ତେଣୁ ଏହି କଳା ପରସ୍ତ ଥିବା ପିଆଜ ଠାରୁ ଦୂରେଇ ରହିବା ଭଲ । କିନ୍ତୁ କଳା ପରସ୍ତକୁ ହଟାଇବା ପରେ ସେହି ପିଆଜକୁ ବ୍ୟବହାର କରାଯାଇପାରିବ। ଏଥି ସହିତ ଯଦି ଆପଣ ପିଆଜକୁ ଫ୍ରିଜ୍ ଭିତରେ ରଖୁଛନ୍ତି ତେବେ ଏହି କଳା ଫଙ୍ଗସକୁ ହଟାଇ ଦେବା ଉଚିତ୍। ଅନ୍ୟଥା ଏହା ଅନ୍ୟ ପରିବା ଓ ଖାଦ୍ୟ ସହିତ ମିଶି ସେସବୁକୁ ବିଷାକ୍ତ କରି ଦେଇପାରେ।

Get real time updates directly on you device, subscribe now.