fbpx

ଧାନ ବିହନ କିଣୁଥିଲେ ହୋଇଯାଆନ୍ତୁ ସାବଧାନ ! ରାଜ୍ୟରେ ବିକ୍ରି ହେଉଛି ନକଲି ବିହନ, ସବୁଠୁ କୃଷି ଅଧିକାରୀଙ୍କ ତନାଘନା

ଭବନେଶ୍ୱର: ରାଜ୍ୟରେ ଅନେକ ଜିଲ୍ଲାରେ ନକଲି ବିହନ ବିକ୍ରି ହେବା ନେଇ ଅଭିଯୋଗ ହୋଇଛି । ଏହାପରେ ରାଜ୍ୟରେ କିଛି ସ୍ଥାନରେ ବିଭିନ୍ନ ସ୍ଥାନରେ କୃଷି ବିଭାଗର ନୋଡାଲ ଅଧିକାରୀମାନେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବ୍ୟବସାୟୀଙ୍କଠାରୁ ପ୍ରଚୁର ପରିମାଣର ନକଲି ବିହନ ଜବତ ହୋଇଥିଲା । ପରେ ନକଲି ବିହନ ବିକ୍ରି କରୁଥିବା ଦୋକାନୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ନୋଡାଲ ଅଧିକାରୀ । ଏହି ଘଟଣାର କାର୍ୟ୍ୟାନୁଷ୍ଠାନ ନେଇ ଏହି ୬ ଜଣଙ୍କର ଲାଇସେନ୍ସ ବାତିଲ କରିଛି ବିଭାଗ ।

ଖବର ଅନୁସାରେ, ବରଗଡ଼ରେ ବିଶେଷ କରି ଖୋଲାଖୋଲି ନକଲି ବିହନ କାରବାର ଘଟଣାରେ,  ୬ ଦୋକାନୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲା କୃଷି ବିଭାଗ , ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ସହ ୨ ଜଣଙ୍କ ଲାଇସେନ୍ସ ବାତିଲ କଲା କୃଷି ବିଭାଗ । ଏନେଇ ମୁଖ୍ୟ ଜିଲ୍ଳା କୃଷି ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.