ଏହି ରହସ୍ୟମୟୀ ଦୁନିଆରେ ଅନେକ ରହସ୍ୟମୟୀ ଜୀବ ରହିଛନ୍ତି । ପ୍ରକୃତିରେ ଏହିଭଳି ଏକ ରହସ୍ୟମୟୀ ରହସ୍ୟମୟୀ ପକ୍ଷୀ ଅଛି, ଯିଏକି ତା’ର ମୁଣ୍ଡକୁ ହଲାଇଲେ ଶରୀରର ରଙ୍ଗ ପରିବର୍ତ୍ତନ ହୋଇଥାଏ । ରଙ୍ଗ ପରିବର୍ତ୍ତନ କରୁଥିବା ଏହି ପକ୍ଷୀର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ପକ୍ଷୀର ପରର ଅଗ୍ରଭାଗରେ କେରାଟିନ ସ୍ଥିର ରହିଥିବାରୁ ଏହା ରଙ୍ଗ ପରିବର୍ତ୍ତନ କରିପାରେ । ମୁଣ୍ଡକୁ ହଲାଇ ରଙ୍ଗ ପରିବର୍ତ୍ତନ କରୁଥିବା ଏହି ପକ୍ଷୀର ନାମ ସୁରାକାଭ । ହମିଙ୍ଗବାର୍ଡ ପ୍ରଜାତିର ଏହି ପକ୍ଷୀଟି ପ୍ରତ୍ୟେକ ଥର ନିଜ ମୁଣ୍ଡକୁ ହଲାଇ ଶରୀରର ରଙ୍ଗ ପରିବର୍ତ୍ତନ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ‘ରଙ୍ଗ ପରିବର୍ତ୍ତନକାରୀ ପକ୍ଷୀ’ ମଧ୍ୟ କୁହାଯାଇଥାଏ । ପ୍ରତ୍ୟେକ ସେକେଣ୍ଡରେ ଏହି ପକ୍ଷୀ ନିଜର ରଙ୍ଗ ପରିବର୍ତ୍ତନ କରିପାରେ । ଉତ୍ତର ଆମେରିକାର ଏହା ଏକମାତ୍ର ପକ୍ଷୀ ଯାହାର ମୁଣ୍ଡର ରଙ୍ଗ ଲାଲ ଅଟେ ।
ଭାଇରାଲ ହୋଇଥିବା ଏହି ଭିଡିଓରେ ପକ୍ଷୀଟି ଜଣେ ବ୍ୟକ୍ତିଙ୍କ ହାତ ଉପରେ ବସି ନିଜର ମୁଣ୍ଡ ହଲାଇବା ସହ ଶରୀରର ରଙ୍ଗ ପରିବର୍ତ୍ତନ କରୁଥିବାର ଆପଣମାନେ ଦେଖିପାରିବେ । ଏହି ଭିଡିଓରେ ପକ୍ଷୀଟି ପ୍ରତ୍ୟେକ ସେକେଣ୍ଡରେ ନିଜର ମୁଣ୍ଡକୁ ହଲାଇ କମଳା-ଗୋଲାପୀ ରଙ୍ଗରୁ କଳା ରଙ୍ଗକୁ ଏବଂ କଳା ରଙ୍ଗରୁ ବାଇଗଣୀ- ଗୋଲାପୀ ରଙ୍ଗକୁ ପରିବର୍ତ୍ତନ କରୁଥିବାର ଦେଖିବାକୁ ମିଳିଛି ।
ବିଭିନ୍ନ କୋଣରୁ ଏହି ପକ୍ଷୀଟିକୁ ଦେଖିଲେ ଏହା ବିଭିନ୍ନ ରଙ୍ଗରେ ନଜର ଆସିଥାଏ । ଉତ୍ତର ଆମେରିକାରେ ଏହି ପକ୍ଷୀର ମୂଲ୍ୟ ୩୭ହଜାର ଡଲାର ଯାହା ଭାରତୀୟ ମୂଲ୍ୟ ଅନୁସାରେ ୨୮.୮ ଲକ୍ଷ ଟଙ୍କା ବୋଲି ଜଣା ପଡ଼ିଛି । ଭାଇରାଲ ହେଉଥିବା ଏହି ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ।
From #BirdMonday
Hummingbird showcases reflective feather colour changes. pic.twitter.com/yICKE6uqfw— Crash MacDuff🏴⚔️【ツ】 (@___MacDuff___) June 7, 2022