fbpx

୩ମିନିଟ୍ ବିଳମ୍ବରେ ଆସିବାରୁ ଚାଲିଗଲା ଚାକିରୀ: ଷ୍ଟାରବକ୍ସର ନୂଆ ନିୟମ

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ କଫି କମ୍ପାନୀ ଷ୍ଟାରବକ୍ସର ବିବାଦ ଦିନକୁ ଦିନ ବଢିବାର ଲାଗିଛି । ପୂର୍ବରରୁ କମ୍ପାନୀରେ ଶ୍ରମିକ ସଂଗଠନ (Labour Union)ଗଠନକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଭେଦଭାବକୁ ନେଇ ବିବାଦ ଦେଖା ଦେଇଥିବାବେଳେ, ପୁଣି ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଆମେରିକାର ଏହି ଷ୍ଟାରବକ୍ସ କଫି କମ୍ପାନୀ ତାର ଏକ ମହିଳା କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଇଛି । ତେବେ ମହିଳା କର୍ମଚାରୀ ତିନି ମିନଟ୍ କାମକୁ ବିଳମ୍ବରେ ଆସିବାରୁ ତାଙ୍କୁ ଏପରି ଶାସ୍ତି ମିଳିଛି । ଏହି ଖବର ସମ୍ନାକୁ ଆସିବା ପରେ ଏହି ଘଟଣାକୁ ନେଇ ସବୁଠି ଆନ୍ଦୋଳନ ଜୋର ଧରିଛି ।

ବିବିସି ରିପୋର୍ଟ ଅନୁଯାୟୀ ଷ୍ଟାରବକ୍ସ କମ୍ପାନୀ ଯେଉଁ ମହିଳା କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରିଛି ତାଙ୍କ ନାମ ହେଉଛି ଜୋସେଲିନ୍ ଚୁକିଲାଂକି (Joselyn Chuquillanqui)|ତେବେ ଜୋସେଲିନ୍ ଦୀର୍ଘ ୭ ବର୍ଷ ଧରି ଷ୍ଟାର ବକ୍ସରେ କାର୍ଯ୍ୟ କରୁଥିବାବେଳେ ଗୋଟିଏ ଦିନ ୩ ମିନିଟ୍ ବିଳମ୍ବରେ ଆସିବାର କାରଣ ଦର୍ଶାଇ କମ୍ପାନୀ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛି । ତେବେ ପୂର୍ବରୁ କର୍ମଚାରୀମାନଙ୍କ ସହିତ ସମ୍ପର୍କ ଖରାପ ଥିବା ବେଳେ କମ୍ପାନୀର ଏଭଳି ପଦକ୍ଷେପ ବିବାଦକୁ  ଆହୁରି ବଢାଇ ଦେଇଛି ।

ଆମେରିକାର ଏହି ଷ୍ଟାରବକ୍ସର କଫି କମ୍ପାନୀର ପ୍ରୟ ୨୦୦ରୁ ଅଧିକ ଷ୍ଟୋରରେ କର୍ମଚାରୀମାନେ ଲେବର ୟୁନିୟନ (ଖବଭକ୍ଟଙ୍କକ୍ସ ଟଦ୍ଭସକ୍ଟଦ୍ଭ)ଗଠନ ପାଇଁ ଦାବୀ କରିଛନ୍ତି । କିନ୍ତୁ କର୍ମଚାରୀମାନଙ୍କ ଏହି ଦାବୀ କୁ କମ୍ପାନୀ ପୁରଣ କରିବାକୁ ଅନିଚ୍ଛା ପ୍ରକାଶ କରିବା ସହିତ ଏହାକୁ ବିରୋଧ କରୁଛି ।

Get real time updates directly on you device, subscribe now.