ଭୁବନେଶ୍ୱର, ୧୦ା୬(ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିଛନ୍ତି । ହସ୍ପିଟାଲ ଓ ଜିଲ୍ଲା ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟରୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ରାଜ୍ୟବାସୀଙ୍କ ହିରୋ କହିଛନ୍ତି ନବୀନ । ସ୍ୱାସ୍ଥ୍ୟକର୍ମୀଙ୍କ ତ୍ୟାଗ ପାଇଁ ରାଜ୍ୟରେ କରୋନା ନିୟନ୍ତ୍ରଣରେ ଅଛି । ଏହାସହ ରାଜ୍ୟରେ ମୃତ୍ୟୁହାର କମ ଅଛି ଓ ସୁସ୍ଥତା ହାର ବଢ଼ୁଛି । ସଙ୍କଟ ବେଳେ ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟକର୍ମୀ ଉଦାହରଣ ପାଲଟିଛନ୍ତି । କରୋନା ଲଢ଼େଇରେ ସ୍ୱାସ୍ଥ୍ୟକର୍ମୀମାନେ ରାଜ୍ୟର ସମ୍ପଦ । ନିଜେ ଓ ନିଜର ଟିମର ସୁରକ୍ଷା ସୁନିଶ୍ଚିତ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି । ସଂକ୍ରମଣ ନିୟନ୍ତ୍ରଣ ପାଇଁ ସାମଗ୍ରୀ ଯୋଗାଇବ ସ୍ୱାସ୍ଥ୍ୟ ବିଭାଗ । ମୌସୁମୀ ଆସୁଥିବାରୁ ଆଗାମୀ କିଛି ସପ୍ତାହ ଅତି ଗୁରୁତ୍ୱପୂର୍ଣ୍ଣ । ଏନେଇ ରାଜ୍ୟବ୍ୟାପୀ ସମନ୍ୱିତ ସଚେତନତା ଅଭିଯାନ କରାଯିବ । କରୋନା, ଯକ୍ଷ୍ମା, ମ୍ୟାଲେରିଆ ଓ ଡାଇରିଆ ନେଇ ସମନ୍ୱିତ ସଚେତନତା ଅଭିଯାନ ଆରମ୍ଭ ହେବ । ସମସ୍ତଙ୍କ ସହଯୋଗରେ ଆମେ କରୋନାକୁ ହରାଇ ପାରିବା ବୋଲି ସେ କହିଛନ୍ତି ।