fbpx

ବୈଜ୍ଞାନିକଙ୍କ ଚେତାବନୀ: ବିୟରରେ ମିଳିଲା କ୍ୟାନ୍ସର ସୃଷ୍ଟି କରୁଥିବା କେମିକାଲ, ସେହିପରି ମାଂସ ପ୍ରତି ମଧ୍ୟ ବିପଦ

ପ୍ରକ୍ରିୟାକୃତ ମାଂସରେ କ୍ୟାନ୍ସରକାରୀ ଉପାଦାନ ଥାଏ, ଯାହାକି ଅନେକ ଅଧ୍ୟୟନରେ କୁହାଯାଇଛି । ଏବେ ଇଉରୋପୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ତାଙ୍କ ପରୀକ୍ଷଣରେ ଜାଣିବାକୁ ପାଇଛନ୍ତି ଯେ, ବିୟର ଏବଂ ଟ୍ରିଟେଟ ମାଂସରେ କେମିକାଲ ରହିଛି, ଯାହାକି କ୍ୟାନ୍ସର ସୃଷ୍ଟି କରିପାରେ ।

ଫଳରେ ବିୟର ଏବଂ ପ୍ରକ୍ରିୟାକୃତ ମାଂସକୁ ସରାବଧାନର ସହ ବ୍ୟବହାର କରିବାକୁ ବୈଜ୍ଞାନିକମାନେ ଲୋକଙ୍କୁ ଚେତାବନୀ ଦେଇଛନ୍ତି । ୟୁରୋପୀୟ ୟୁନିଅନର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, କେତେକ ପ୍ରକ୍ରିୟାକୃତ ମାଂସ ଏବଂ ବିୟରରେ ନାଇଟ୍ରୋସାମାଇନ୍ ଭଳି କ୍ଷତିକାରକ ରାସାୟନିକ ପଦାର୍ଥ ଥିବା ଦେଖିବାକୁ ମିଳିଛି, ଯାହା ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ଆଣିପାରେ । ନାଇଟ୍ରୋସାମାଇନ୍ ଏତେ ବିପଜ୍ଜନକ କେମିକାଲ ଯେ, ଏଥିପାଇଁ ଫୁସଫୁସ, ବ୍ରେନ୍, ଲିଭର, କିଡନୀ, ଗଳା ଓ ପେଟ, କ୍ୟାନ୍ସର ସୃଷ୍ଟି ହୋଇପାରେ । ଯଦିଓ ନାଇଟ୍ରୋସାମାଇନ୍ ବିୟର କିମ୍ବା ମାଂସରେ ମିଶାଯାଏ ନାହିଁ, କିନ୍ତୁ ଏହା ନାଇଟ୍ରେଟ୍ ଏବଂ ସେକେଣ୍ଡାରୀ ଆମିନର ପ୍ରତିକ୍ରିୟାରେ ସୃଷ୍ଟି ହୁଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ୟୁରୋପରେ ସହଜରେ ମିଳୁଥିବା ପ୍ରାୟ ୧୦ ଟି ଖାଦ୍ୟ ଏବଂ ପାନୀୟରେ ୧୦ ଟି ଭିନ୍ନ-ଭିନ୍ନ ପ୍ରକାରର ନାଇଟ୍ରୋସାମାଇନ୍ ଚିହ୍ନଟ କରିଛନ୍ତି । ଏହା ପରେ ୟୁରୋପୀୟ ୟୁନିଅନ୍ ଏକ ସିକ୍ୟୁରିଟି ୱାର୍ଣ୍ଣିଂ ଜାରି କରିଛି, ଯେଉଁଥିରେ ଏହାର ପ୍ରଭାବକୁ ହ୍ରାସ କରିବାର ପଦକ୍ଷେପ ନିଆଯାଇଛି ।

କେଉଁଠାରେ ନାଇଟ୍ରୋସାମାଇନ୍ ମିଳିଥାଏ ?
ଯେଉଁ ମାଂସକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବା ପାଇଁ ସେଥିରେ କିଛି ମିଶାଯାଏ ବା କ୍ୱୋର୍ଡ ମିଟ୍, ପ୍ରକ୍ରିୟାକୃତ ମାଛ, କୋକୋ, ବିୟର, କ୍ଷୀର, ଶସ୍ୟ ଏବଂ କିଛି ପନିପରିବାରେ ବୈଜ୍ଞାନିକମାନେ ନାଇଟ୍ରୋସାମାଇନ୍ ପାଇଛନ୍ତି । ପ୍ରକ୍ରିୟାକୃତ ମାଂସରେ ନାଇଟ୍ରାଇଟ୍ ଯୋଗ କରାଯାଏ, ଯାହା ଦ୍ୱାରା ଏହା ଅଧିକ ସମୟ ରହିପାରେ । ମାଂସକୁ ଅଧିକ ତାଜା ଦେଖାଇବାକୁ ଓ ପିଙ୍କ ରଙ୍ଗ ଦେବା ପାଇଁ ସେଥିରେ ନାଇଟ୍ରାଇଟ୍ ମିଶାଯାଏ । ଏପରି କରିବା ଦ୍ୱାରା ମାଂସ ସତେଜ ଦେଖାଯାଏ । ୟୁରୋପୀୟ ଖାଦ୍ୟ ନିରାପତ୍ତା ପ୍ରାଧିକରଣର ଚେୟାରମ୍ୟାନ୍ ଡକ୍ଟର ଡାଏଟର ସରେଙ୍କ କହିଛନ୍ତି ଯେ, ୟୁରୋପରେ ସମସ୍ତ ବୟସ ବର୍ଗର ଲୋକଙ୍କ ଉପରେ ନାଇଟ୍ରେଟ୍ସର ପ୍ରଭାବ ବିଶ୍ଳେଷଣ କରିଛୁ ଏବଂ ନାଇଟ୍ରେଟ୍ ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଜଣାପଡିଛି ।

Get real time updates directly on you device, subscribe now.