Asia Cup ପୂର୍ବରୁ ବିନ୍ଦାସରେ ବୁଲୁଛନ୍ତି ବୁମରା, ଏମିତି କାଟୁଛନ୍ତି ଛୁଟି, ପୁଅ ସହ ଫଟୋ ଭାଇରାଲ

ଏସିଆ କପ୍ ପୂର୍ବରୁ ଏମିତି ବୁଲୁଛନ୍ତି ବୁମରା

ନୂଆଦିଲ୍ଲୀ: ଭାରତର ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କ ନାମ ଏସିଆ କପ ପାଇଁ ଟିମ ଇଣ୍ଡିଆର ସ୍କ୍ୱାଡରେ ସାମିଲ କରାଯାଇଛି। ସେହିପରି ବୁମରା ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳି ଫେରିଛନ୍ତି। ବର୍ତ୍ତମାନ ଏହି ଭାରତୀୟ ଷ୍ଟାର ଖେଳାଳି ଛୁଟିରେ ଅଛନ୍ତି ଏବଂ ପରିବାର ସହ ଛୁଟି ମନାଉଛନ୍ତି।

ବୁମରା ନିଜ ଭାକେସନର ଏକ ଫଟୋ ସୋସିଆଲ ମିଡିଆରେ ବି ସେୟାର କରିଛନ୍ତି। ଏହି ଫଟୋ ଇଣ୍ଟରନେଟରେ ଆସିବା ମାତ୍ରେ ଭାଇରାଲ ହେଉଛି।
ଜସପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବୋଲର ଭାବେ ଭୂମିକା ନିଭାଇଛନ୍ତି।

 

View this post on Instagram

 

A post shared by jasprit bumrah (@jaspritb1)

ଏହାପରେ ବୁମରାଙ୍କୁ ଟି୨୦ ଏସିଆ କପ ପାଇଁ ମଧ୍ୟ ଟିମରେ ନିଆଯାଇଛି। ଏହାରି ମଧ୍ୟରେ ବୁମରା ନିଜ ପୁଅ ଅଙ୍ଗଦଙ୍କ ସହ ଫଟୋ ସେୟାର କରିଛନ୍ତି। ବୁମରା ନିଜ ପୁଅ ସହ ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି। ବୁମରା ଫଟୋରେ ଅଙ୍ଗଦଙ୍କ ହାତ ମଧ୍ୟ ଧରିଛନ୍ତି। ବାପ-ପୁଅଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।