fbpx

(video)ନିର୍ବାଚନ ପ୍ରଚାର ପୂର୍ବରୁ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କଲେ କେଜ୍ରିୱାଲ, ସାମ୍ନାକୁ ଆସିଲା ଭିଡିଓ

Advertisement

ନୂଆଦିଲ୍ଲୀ: ତିହାର ଜେଲ୍‌ରୁ ବାହାରିବା ପରେ ଆଜି କେଜ୍ରିୱାଲ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡିଛି । ଏହା ପୂର୍ବରୁ କେଜ୍ରିୱାଲ ପତ୍ନୀ ସୁନୀତାଙ୍କ ସହ ଦିଲ୍ଲୀର କନ୍ନଟ ପ୍ଲେସ୍ ସ୍ଥିତ ହନୁମାନ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିଛନ୍ତି । ଏମାନଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ବି ପହଞ୍ଚିଛନ୍ତି । ଏହି ସମୟରେ ଆପ୍ କର୍ମୀଙ୍କ ‘କେଜ୍ରିୱାଲ ଜିନ୍ଦାବାଦ’ ନାରା ଶୁଣିବାକୁ ମିଳିଥିଲା ।

ଆଜି ଦିନ ୧ଟା ସମୟରେ ସେ ଆପ୍ ଅଫିସ୍‌ରେ ସାମ୍ବାଦିକ ସମ୍ମିିଳନୀ କରିବେ । ଦିଲ୍ଲୀ ମନ୍ତ୍ରୀ ଓ ଆପ୍ ନେତା ଆତିଶୀ କହିଛନ୍ତି, କାଲି ଜେଲ୍‌ରୁ ବାହାର ଆସିବା ପରେ ଅରବିନ୍ଦ କେଜ୍ରିୱାଲ କହିଥିଲେ କି ସେ ହନୁମାନଜୀଙ୍କ ଆଶୀର୍ବାଦ ନେବା ପାଇଁ ହନୁମାନ ମନ୍ଦିରରେ ପହଞ୍ଚିବେ । ସେ ନିଜ ପରିବାର ଓ ଦଳର ଅନ୍ୟ ନେତାମାନଙ୍କ ସହ ଏଠାରେ ପହଞ୍ଚିଛନ୍ତି । କିଛିଦିନ ତଳେ ସୁନୀତା କେଜ୍ରିୱାଲ ହନୁମାନ ମନ୍ଦିର ଆସିଥିଲେ ଓ କହିଥିଲେ କି ସେ ଖୁବ୍ ଶୀଘ୍ର ଅରବିନ୍ଦ କେଜ୍ରିୱାଲଙ୍କୁ ଆଣି ପୁଣି ଏଠାକୁ ଆସିବେ ।

Get real time updates directly on you device, subscribe now.