fbpx

(Video) ସେମିଫାଇନାଲ ମ୍ୟାଚ ପୂର୍ବରୁ Memes ବନ୍ୟା! ସୋସିଆଲ ମିଡ଼ିଆରେ ମୁହାଁମୁହିଁ ହେଲେ ଭାରତ ଓ ଇଂଲଣ୍ଡର ଫ୍ୟାନ୍ସ

Advertisement

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ବିଜେତା ଚୟନ ପାଇଁ ଆଉ ମାତ୍ର ଦୁଇଟି ପର୍ଯ୍ୟାୟ ବାକି ରହିଛି । ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନ ବିପକ୍ଷରେ ୯ ୱିକେଟରେ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିସାରିଛି । ଏହା ମଧ୍ୟରେ ଆଉ କିଛି ସମୟ ପରେ ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ପରସ୍ପରଙ୍କୁ ଭେଟିବେ । ଗତ ୨୦୨୨ ବିଶ୍ୱକପ ସେମିଫାଇନାଲରେ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ଇଂଲଣ୍ଡ । ତେଣୁ ଏଥର ଇଂଲଣ୍ଡ ବିପକ୍ଷରେ ବିଜୟ ହାସଲ କରି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଗୟାନାରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିରେ କିପରି ବିଜୟ ହାସଲ କରିବାକୁ ପଡ଼ିବ ସେଥିପାଇଁ ଭାରତର ରଣନୀତି ହିଁ ପ୍ରମୁଖ ଭୂମିକା ନିର୍ବାହ କରିବ ।

ତେବେ ଗୋଟିଏ ପଟେ ଦୁଇ ଦେଶ ସେମିଫାଇନାଲ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ଦୁଇ ଦେଶର ଫ୍ୟାନ୍ସ ମୁହାଁମୁହିଁ ହୋଇଛନ୍ତି । ଫ୍ୟାନ୍ସ ବିଭିନ୍ନ ପ୍ରକାରର ମିମ୍ସ ଶେୟାର କରିଛନ୍ତି । ସତେ ଯେମିତି ସୋସିଆଲ ମିଡ଼ିଆରେ ମୀମ୍ସର ବନ୍ୟା ସୃଷ୍ଟି ହୋଇଛି । ଏହିସବୁ ମୀମ୍ସକୁ ଦେଖିଲେ ଯେ କେହି ବି ହସିବାକୁ ବାଧ୍ୟ ହେବ । ଜଣେ ୟୁଜର ଟିମ୍ ଇଣ୍ଡିଆକୁ ଶୁଭକାମନା ଦେବା ସହ ମୀମ ଶେୟାର କରିଛନ୍ତି । ପୁରୁଣା ହିସାବ ବରାବର କରିବା ପାଇଁ ଏହି ମ୍ୟାଚରେ ଜିତିବାକୁ ଏକ ବଡ଼ ସୁଯୋଗ ରହିଛି ବୋଲି ସେ କହିଛନ୍ତି । ସେହିପରି ସେମିଫାଇନାଲର ପ୍ରତିଶୋଧ ସେମିଫାଇନାଲରେ ନିଆଯିବ ବୋଲି ଆଉ ଜଣେ ଲେଖିଛନ୍ତି । ସେହିପରି ଚୁଁ ଚୁଁ କରି ବଦଲା ନେବୁ ବୋଲି ଆଉ ଜଣେ ୟୁଜର ଲେଖିଛନ୍ତି । ସେହିପରି ସୂର୍ଯ୍ୟକୁମାର ଯାଦବଙ୍କ ଫଟୋ ଓ ବାଦଲ-ବର୍ଷାର ଏକ ଫଟୋ ଶେୟାର କରିବା ସହ ଭାରତ ପ୍ରାକୃତିକ ଭାବେ ଜିତିବ ବୋଲି ଆଉ ଜଣେ ଲେଖିଛନ୍ତି । ଆଉ ଜଲେ ୟୁଜର ଲେଖିଛନ୍ତି, ଭାରତ ଅଷ୍ଟ୍ରେଲିଆକୁ ହରାଇଲା, ଏବେ ଇଂଲଣ୍ଡର ପାଳି ।

Get real time updates directly on you device, subscribe now.