fbpx

କରୋନା ରୋଗୀଙ୍କ ପାଇଁ ଆସିଲା ମହୌଷଧୀ: ଏହି ବୃକ୍ଷ ଦ୍ୱାରା ବୃଦ୍ଧିହେବ ଶରୀରରେ ଅକ୍ସିଜେନର ସ୍ତର

ବର୍ତ୍ତମାନ ସମଗ୍ର ଦେଶ କରୋନା କବଳରେ ଛଟପଟ ହେଉଛି । ବିଭିନ୍ନ ରାଜ୍ୟରେ ରୋଗୀମାନେ ହସ୍ପିଟାଲରେ ଅକ୍ସିଜେନର ଅଭାବରୁ ମୃତ୍ୟୁବରଣ କରୁଥିବାର ଦେଖାଯାଉଛି । ଆଗକୁ କରୋନାର ତୃତୀୟ ଲହର ଆସିବା ନେଇ ଦେଶରେ ଚର୍ଚ୍ଚା ଚାଲିଛି । ତେଣୁ ସମସ୍ତେ ନିଜର ଇମ୍ୟୁନିଟି ପାୱାରକୁ ଦୃଢ଼ କରିବା ସହ ସୁସ୍ଥ ରହିବା ନେଇ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ତେଣୁ ଏପରି ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ ମିଳିପାରୁଥିବା ବୃକ୍ଷ ଘରମାନଙ୍କରେ ଲଗାଇବା ଉଚିତ । ଅନେକ ବିଶେଷଜ୍ଞ ପୂର୍ବରୁ ବିଭିନ୍ନ ପ୍ରକାରର ଇନଡୋର ବୃକ୍ଷ ଲଗାଇବାକୁ ପରାମର୍ଶ ଦେଇସାରିଛନ୍ତି ।

ଘର ଭିତରେ ଥିବା ବିଭିନ୍ନ ଧୂଳି, ମଇଳା ସୁସ୍ଥ ବାୟୁ ଉପରେ କୁପ୍ରଭାବ ପକାଇଥାଏ । ତେଣୁ ଘର ଭିତରେ ଏପରି ବୃକ୍ଷ ଲଗାଇବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ । ଏହି ବୃକ୍ଷ ଶୋଧନକାରୀ ଭାବେ କାର୍ଯ୍ୟ କରିବା ସହ ଅକ୍ସିଜେନର ସ୍ତରକୁ କେତେଗୁଣରେ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏହି ବୃକ୍ଷ ବାୟୁରେ ଥିବା କ୍ଷତିକାରକ ଉପାଦାନଗୁଡ଼ିକୁ ବାହାର କରିଦେଇଥାଏ । ଏହି ବୃକ୍ଷକୁ ‘ଅକ୍ସିଜେନ ଟ୍ରି’ ବୋଲି କୁହାଯାଇଥାଏ । ଏହା ବାୟୁକୁ ଶୁଦ୍ଧ ରଖିବା ସହ ମାନସିକ ଅବସାଦକୁ ଦୂରେଇବାରେ ସହାୟକ ହୋଇଥାଏ । ଏହା ଅଧିକ ପରିମାଣରେ କାର୍ବନ ମନୋକସାଇଡ୍ ଗ୍ରହଣ କରିବା ସହ ଅଧିକ ମାତ୍ରାରେ ଅକ୍ସିଜେନ ଛାଡ଼ିଥାଏ । ଏପରି ବୃକ୍ଷ ପାଇଁ ସୂର୍ଯ୍ୟକିରଣର ଆବଶ୍ୟକତା ନଥିବାରୁ ଏହାକୁ ଘର ଭିତରେ ମଧ୍ୟ ଲଗାଇ ହେବ । ଏହା ବାୟୁରୁ ମିଥାନଲ ଓ ବେଞ୍ଜିନ ପରି ବିଷାକ୍ତ ଉପାଦାନକୁ ଦୂର କରିଦେଇଥାଏ । ଏହି ବୃକ୍ଷ ଘର ଭିତରେ ଲଗାଇଲେ ଏହା ଘରର ଶିଶୁଙ୍କ ସହିତ ଗୃହପାଳିତ ପଶୁଙ୍କ ଉପରେ ମଧ୍ୟରେ ଏହାର ସୁପ୍ରଭାବ ପଡ଼ିଥାଏ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.