fbpx

ଦହି ସାଙ୍ଗରେ ଖାଆନ୍ତୁ କିଛି କିସମିସ୍, ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା

Advertisement

ନୂଆଦିଲ୍ଲୀ: ଦହି ଓ କିସମିସ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ଏହା ହଜମ ପ୍ରକ୍ରିୟାକୁ ଠିକ୍ ରଖିବା ସହିତ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିଥାଏ । କିସମିସରେ ଆଇରନ୍, ପୋଟାସିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଭରପୂର ମାତ୍ରାରେ ରହିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଛି । ଅନ୍ୟପଟେ ଦହିରୁ ବି କ୍ୟାଲସିୟମ୍, ପ୍ରୋଟିନ୍, ଲାକ୍ଟୋଜ୍, ଆଇରନ୍, ଫସଫରସ୍, ରାଇବୋଫ୍ଲେଭିନ, ଭିଟାମିନ୍ ବି୬ ଓ ଭିଟାମିନ୍ ବି୧୨ ଭଳି ପୁଷ୍ଟିକର ତତ୍ୱ ମିଳିଥାଏ । ଯଦି ଆପଣ ଏହି ଦୁଇଟିକୁ ଏକାସାଙ୍ଗରେ ଖାଇବେ ତେବେ ଆପଣଙ୍କୁ ଭରପୂର ମାତ୍ରାରେ ପୋଷଣ ମିଳିବ ।

ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟୀ:
ଦହି ଓ କିସମିସ୍ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ଶକ୍ତିଶାଳୀ ହୋଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କୁ ସୁସ୍ଥ ରଖିଥାଏ ଓ ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ ।

ହଜମ ବା ଡାଇଜେସନ:
ଯଦି ଆପଣଙ୍କର ହଜମ ସମ୍ବନ୍ଧୀୟ ସମସ୍ୟା ରହିଛି, ତେବେ ଦହି ଓ କିସମିସ୍ ଖାଇବା ଦ୍ୱାରା ମଧ୍ୟ ଆପଣଙ୍କର ଫାଇଦା ହେବ । ଏହି ଦୁଇଟି ଜିନିଷରେ ପ୍ରଚୁର ମାତ୍ରାରେ ଫାଇବର ରହିଛି, ଯେଉଁଥିପାଇଁ ହଜମ ସଠିକ୍ ହୋଇଥାଏ । କୋଷ୍ଠକାଠିନ୍ୟ ସମସ୍ୟାରେ ଯଦି ଆପଣ କଷ୍ଟ ଅନୁଭବ କରୁଛନ୍ତି, ତେବେ ଦହି ଓ କିସମିସ୍ ଖାଆନ୍ତୁ । ଏଥିରେ ଆପଣଙ୍କର ଫାଇଦା ହେବ ।

ଚର୍ମ ବା ସ୍କିନ୍ ସମସ୍ୟା:
ଦହି ଓ କିସମିସ୍ ଖାଇବା ଦ୍ୱାରା ଚର୍ମ ସମସ୍ୟା ଦୂର ହୋଇଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଚର୍ମ ସହିତ ଜଡିତ ସମସ୍ୟା ଦୂର ହୋଇଯିବ ।

ଶକ୍ତି ବା ଏଜର୍ନି ପାଇଁ:
ଯଦି ଆପଣ କ୍ଳାନ୍ତ ଅନୁଭବ କରୁଛନ୍ତି, ତେବେ ଦହି ଓ କିସମିସ୍ ଖାଆନ୍ତୁ । ଏହା ଏନର୍ଜି ବଢ଼ାଇବାରେ ସାହାର୍ଯ୍ୟ କରିଥାଏ ।

Get real time updates directly on you device, subscribe now.