ଶୀତଦିନେ ଗରମ ଜିନିଷ ଲୋକମାନଙ୍କୁ ବେଶ୍ ପସନ୍ଦ ହୋଇଥାଏ । ଆପଣ ଜାଣନ୍ତି କି, ଶୀତଦିନେ ଆଖୁରସ ପିଇବା ଦ୍ୱାରା ବହୁତ ଲାଭ ମିଳିଥାଏ । ଏହା ଦ୍ୱାରା ଶରୀରକୁ ଜବରଦସ୍ତ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବ ଏହାର ଉପକାରିତା ବିଷୟରେ…
ଇମ୍ୟୁନିଟି ବଢ଼ାଏ
ଖୁବଶୀଘ୍ର ରୋଗରେ ପଡିବା, ସବୁ ସମୟ ଚାପରେ ରହିବା, ଶରୀରରେ ଯନ୍ତ୍ରଣା ଆଦି ସମସ୍ୟା ଥିଲେ ଆପଣଙ୍କୁ ଆଖୁରସ ପିଇବା ଆବଶ୍ୟକ । ଏହି ସମସ୍ତ ଲକ୍ଷଣ ଦୁର୍ବଳ ଇମ୍ୟୁନିଟିର ଲକ୍ଷଣ ହୋଇଥାଏ । ଆଖୁ ରସ ପିଇବା ଦ୍ୱାରା ଇମ୍ୟୁନିଟି ବଢ଼ିଥାଏ । ପ୍ରତିଦିନ ଆଖୁ ରସ ପିଇବା ଦ୍ୱାରା ଇମ୍ୟୁନିଟି ବଢ଼ିବାରେ ସାହାର୍ଯ୍ୟ ମିଳିଥାଏ ।
ହାଡକୁ ମଜଭୁତ କରାଏ
ଆଖୁରସରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଆଇରନ ପୋଟାସିୟମ୍ ଥାଏ, ଯାହା ଶରୀରର ହାଡକୁ ଅଧିକ ମଜଭୁତ କରିବାରେ ସାହାଯ୍ୟ କରିଥାଏ । ଏହା ସହ ଆଖୁରସ ପିଇବା ଦ୍ୱାରା ଲିଭର ବି ସୁସ୍ଥ ରହିଥାଏ ।
ଡିପ୍ରେସନରୁ ମୁକ୍ତି
ଆଖୁରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଆଇରନ୍, ପୋଟାସିୟମ୍ ମିଳିଥାଏ, ଯାହାକି ଏନର୍ଜି ଡ୍ରିଙ୍କରେ ରହିଥାଏ । କୁହାଯାଏ ଯେ, ଗୋଟିଏ ଗ୍ଲାସ୍ ଆଖୁ ରସ ଆପଣଙ୍କ ଶରୀରକୁ ଏନର୍ଜି ଦେବା ସହ ଡିପ୍ରେସନକୁ ଦୂର କରିଥାଏ । ଏହା ସହିତ ଆଖୁରସ ଆପଣଙ୍କ ହଜମ ପ୍ରକ୍ରିୟାକୁ ମଧ୍ୟ ଭଲ ରଖିଥାଏ ।