ନୂଆବର୍ଷରେ ବ୍ରହ୍ମପୁରବାସୀ ପାଇବେ ନୂଆ ସୁଆଦ: ଖୋଲିଲା ଗ୍ରୀନଚିଲିଜ୍ କାଫେ ଏଣ୍ଡ କେଟରିଂ

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରକୁ ସୁସ୍ୱାଦୁ ଏବଂ ଚଟପଟି ଖାଦ୍ୟ ପାଇଁ ସାରା ଓଡିଶା ଜାଣିଛି। ଏଠାରେ ସମସ୍ତ ବର୍ଗର ଲୋକଙ୍କ ପାଇଁ ଖୁବ କମ ଦାମରେ ଉପଲବ୍ଧ ରହିଛି। ସହରର ରୁକ୍ମଣି ସିନେମା ହଲ ରୋଡ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସମ୍ମୁଖରେ ଗ୍ରୀନଚିଲିଜ କାଫେ ଏଣ୍ଡ କେଟରୀଙ୍ଗିର ଶୁଭ ଉଦ୍ଘାଟନ ହୋଇଛି ।

ଶୁକ୍ରବାର ମଧ୍ୟାହ୍ନରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ମୁଖ୍ୟ ଯୋଗ ଦେଇ ଏହି ରେଣ୍ଟୁରାଣ୍ଟର ଶୁଭ ଉଦଘାଟନ କରିଛନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ଗ୍ରୀନଚିଲିଜ୍ ପ୍ରତିଷ୍ଠାତା ଏମ. କେଶବ ରାଓ, ଏମ ଜୟପ୍ରସାଦ ରାଓ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ଅର୍ବାନ ବ୍ୟାଙ୍କ ସଭାପତି ଆର.ମୁରଲୀ ମୋହନ,କର୍ପୋରେଟର ଟି. କିଶୋର,ବିଧାୟକ ପ୍ରତିନିଧି ଅଶୋକ କୁମାର ଶୁକ୍ଳା, ବରିଷ୍ଠ ବିଜେପି ନେତା ଟି. ଗୋପୀ,ବରିଷ୍ଠ ବେଜେଡି ନେତା ଦୁର୍ଗା ପଣ୍ଡା , ବିଜେଡ଼ି ନେତା ଅଜୟ ମହାରଣା,ସନ୍ତୋଷ ପାଣିଗ୍ରାହୀଙ୍କ ସହ ସାମ୍ବାଦିକ ଦିନେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।।

ଓଡ଼ିଶାର ବିଭିନ୍ନ ସହରରେ ଗ୍ରୀନ ଚିଲିଜ୍ ଉନ୍ନତ ମାନର ଖାଦ୍ୟ ପାଇଁ ବେଶଖ୍ୟାତି ଲାଭ କରିପାରିଥିବା ବେଳେ ବ୍ରହ୍ମପୁର ସହରରେ ପ୍ରଥମ ରେଣ୍ଟୁରାଣ୍ଟ ଭାବେ ଆଜି ଖୋଲିଛି। ଓଡ଼ିଶାର ଭୂବନେଶ୍ୱରରେ ୯ଗୋଟି ସହ ଅନ୍ୟ ସହରରେ ୧୫ଟି ଗ୍ରୀନ ଚିଲିଜର କାଉଣ୍ଟର ଥିବା ବେଳେ ବ୍ରହ୍ମପୁରରେ ଏହା ୧୬ ତମ କାଉଣ୍ଟର ଖୋଲିଛି ।

ଏଠାରେ ଚାଇନିଜ୍ , ତନ୍ଦୁର୍, ବିରିଆନି ଓ ବାମ୍ୱୁ ଚିକେନର ବିଭିନ୍ନ ରକମର ଖାଦ୍ୟ ଉନ୍ନତ ମାନରେ ଗ୍ରାହକଙ୍କ ପାଇଁ ପ୍ରସ୍ତୁତି କାରାଯାଉଥିବା ସହ ସଭିଙ୍କୁ ସୁହାଇଲା ଭଳି ଦର ରଖାଯାଇଛି ବୋଲି ଗ୍ରୀନ ଚିଲିଜର ନିର୍ଦ୍ଦେଶକ ଏମ.ତେଜେଶ୍ୱର୍ ରାଓ କହିଛନ୍ତି ।