fbpx

ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ; ୩ ଆହତ

ଭୁବନେଶ୍ୱର: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ ହୋଇଛି । ଫଳରେ ୩ ଜଣ ହୋଟେଲ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ ହୋଇଥିଲା । ତେବେ ସେଠାରେ ଥିବା ଏକ ହୋଟେଲରେ ଖାଇବା କଥାକୁ ନେଇ ହୋଟେଲ ମାଲିକ ଏବଂ ୨ଜଣ ବ୍ୟକ୍ତିଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାଫଳରେ ସେମାନେ ପଇସା ନ ଦେଇ ସେହି ସ୍ଛାନରୁ ଚାଲିଯାଇଥିଲେ । କିନ୍ତୁ ଏହାର ଠିକ୍ କିଛି ସମୟ ପରେ ପୁଣି ଥରେ ସେହି ୨ ଜଣ ଆସି ସେହି ହୋଟେଲ ଉପରେ ବୋମା ମାଡ କରିଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷେ ଏହି ଘଟଣାର ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଏଥିସହିତ ସେହି ୨ ବ୍ୟକ୍ତି ମଧ୍ୟରୁ ଜଣକୁ ଅଟକ ରଖି ପଚରାଉଚରା ଚଳାଉଛି । ଏତତ୍ ବ୍ୟତୀତ ବୋମା ମାଡର ଶିକାର ହୋଇଥିବା ୩ ହୋଟେଲକର୍ମଚାରୀଙଅକୁ ମେଡିକାଲରେ ଭତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି । ତେବେ ଦେଶ ତଥା ରାଜ୍ୟରେ ଦିନକୁ ଦିନ ଏହିପରି ଅପରାଧିକ ମାମାଲା ବୃଦ୍ଧି ପାଇବାର ଲାଗିଛି । ଫଳରେ ସାଧାରଣ ଜୀବନ ଅତିବାହିତ କରିବାକୁ ମଧ୍ୟ ମନରେ ଭୟ ସୃଷ୍ଟି ହେଉଛି । ଖାସ୍ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମାଲା ପରେ ଏହା ଆଇନ୍ ଶୃଙ୍ଖଳା ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିସହିତ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।

Get real time updates directly on you device, subscribe now.