fbpx

କେଉଁ ଦିନ ଜୋତା କିଣିବା ଉଚିତ? ଜାଣନ୍ତୁ, କ’ଣ କହୁଛି ବାସ୍ତୁଶାସ୍ତ୍ର….

ଓଡିଶା ଭାସ୍କର; ଜୋତା ଜୀବନର ଯାତ୍ରା ଏବଂ ଯେଉଁ ପଥରେ ଗତି କରେ ତାହାର ପ୍ରତୀକାତ୍ମକ। ଜୀବନର ସୁପଥ ହେଉ ବା କୁପଥ ତାହା ଆମ ଜୋତା ଉପରେ ନିର୍ଭର କରିଥାଏ। ତେବେ ପ୍ରାୟ ଅନେକ ଲୋକ ନିଜ ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଜୋତା କିଣିଥାନ୍ତି। ସେହିପରି ଅନେକ ଲୋକ ନିଜ ପସନ୍ଦ ଅନୁସାରେ ଜୋତା କିଣିଥାନ୍ତି। ଅନ୍ୟପଟେ କେତେକ ଲୋକ ବାସ୍ତୁଶାସ୍ତ୍ର ଅନୁସାରେ ଜୋତାର ରଙ୍ଗ, କିଣିବା ଓ ଫିଙ୍ଗିବାର ଦିନ ଉପରେ ଧ୍ୟାନ ଦେଇଥାନ୍ତି। ତେବେ ଏହି ବାସ୍ତୁଶାସ୍ତ୍ର ଅନୁଯାୟୀ, ଜୋତା କିଣିବା ଓ ଫିଙ୍ଗିବା ପାଇଁ କେତୋଟି ନିର୍ଦ୍ଦିଷ୍ଟ ଦିନ ଧାର୍ୟ୍ୟ କରାଯାଇଛି। ଏହି ଦିନ ମାନଙ୍କ ଛଡା ଅନ୍ୟ ଦିନରେ ଜୋତା କିଣିବା ଦ୍ୱାରା ଅନେକ ବାଧାବିଘ୍ନ ସହ ଖରାପ ସମୟ ମାଡି ଆସିଥାଏ ବୋଲି କୁହାଯାଏ। ଏଣୁ ଜୀବନରେ ଆଗକୁ ଆସୁଥିବା ସମସ୍ତ ବାଧାବିଘ୍ନ ଓ ଖରାପ ସମୟକୁ ଏଡାଇବାକୁ ଯାଇ ବାସ୍ତୁଶାସ୍ତ୍ର ଅନୁସାରେ ଜୋତା କିଣିଥାନ୍ତି।

ଜୋତା କିଣିବା ଲାଗି କେଉଁ ଦିନ ଅଶୁଭ?

ବାସ୍ତୁ ଶାସ୍ତ୍ର ଅନୁଯାୟୀ ମଙ୍ଗଳବାର, ଶନିବାର କିମ୍ବା ଚନ୍ଦ୍ରଗ୍ରହଣ ଓ ଅମାବାସ୍ୟାରେ ଜୋତା କିଣନ୍ତୁ ନାହିଁ। ଏହି ଦିନ ମାନଙ୍କରେ ଜୋତା କିଣିଲେ ଘରେ ବିଭିନ୍ନ ସମ୍ୟସ୍ୟା ଦେଖାଯାଇଥାଏ। ଘରେ ସବୁବେଳେ ଅଭାବ ଓ ଅନଟନ ଲାଗି ରହିଥାଏ। ଅନେକ ବିଶ୍ୱାସରେ, ଶନିବାର ଦିନ କିଛି ଜିନିଷ କିଣିବା ଉଚିତ ନୁହେଁ ବୋଲି ମନେ କରାଯାଏ। ଏହି ଧାରଣା ଅନୁସାରେ ଶନିବାର ଦିନ ଏମିତି କିଛି ଜିନିଷ ରହିଛି ଯାହା କିଣିବା ଦ୍ୱାରା ଦୁର୍ଭାଗ୍ୟ ଆସିପାରେ ବୋଲି କୁହାଯାଏ। ବିଶେଷ କରି ଶନିବାର ଦିନ ଜୋତା କିଣିଲେ ଶନିଙ୍କ କୋପ ପଡ଼ିଥାଏ। ଶନି ଦେବ କ୍ରୋଧିତ ହେବା ସହ ଘରେ ଦାରିଦ୍ରତା ଦେଖାଦେଇଥାଏ।

ଜୋତା କିଣିବା ଲାଗି କେଉଁ ଦିନ ଶୁଭ?

ଅଶୁଭ ଦିନ ପରି ଜୋତା କିଣିବା ପାଇଁ ଶୁଭଦିନ ମଧ୍ୟ ରହିଛି। ଶୁକ୍ରବାର ଜୋତା କିଣିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ଅବ୍ୟବହୃତ କିମ୍ବା ପୁରୁଣା ଜୋତା ଏବଂ ଚପଲ ଫିଙ୍ଗିବା ବିଷୟରେ ମଧ୍ୟ ଉଲ୍ଲେଖ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଆପଣ ନିଜ ଜୋତା, ଚପଲ ଫିଙ୍ଗିବାକୁ ଚାହୁଁଥିଲେ ଶନିବାର ତାହାକୁ କୌଣସି ଶନି ମନ୍ଦିର ବାହାରେ ରଖି ଦିଅନ୍ତୁ। ଏହି ପ୍ରତିକାର ଦ୍ୱାରା ଶନିଙ୍କ କୋପରୁ ରକ୍ଷା ପାଇପାରିବେ।

Get real time updates directly on you device, subscribe now.