fbpx

ଗୁରୁବାର ଦିନ ଏହି ଭୁଲ କରୁଥିଲେ ସାବଧାନ! ରାଗିଯିବେ ମାଆ ଲକ୍ଷ୍ମୀ, ହୋଇଯିବେ ଭିକାରୀ

Advertisement

ଓଡ଼ିଶା ଭାସ୍କର: ହିନ୍ଦୁ ଶାସ୍ତ୍ରରେ ଗୁରୁବାର ଦିନ ମାଆ ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଥାଏ । ଜ୍ୟେତିଷ ଶାସ୍ତ୍ରରେ ଏହି ଦିନ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରିବା ଦ୍ୱାରା ଶୁଭଫଳ ମିଳିଥାଏ । ଏହି ଦିନ ଅନେକ କିଛି ଜିନିଷ କରିବାକୁ ବାରଣ କରାଯାଇଥାଏ । ଏହି ବାରଣ କରାଯାଇଥିବା କାର୍ଯ୍ୟକୁ ଅମାନ୍ୟ କଲେ ଲକ୍ଷ୍ମୀ ମାଆ ଏବଂ ବୃହସ୍ପତି କ୍ରୋଧ ପ୍ରକାଶ କରିଥାଆନ୍ତି । ଏଥିସହ ଆପଣଙ୍କ କୁଣ୍ଡଳୀରେ ଗୁରୁ ଖରାପ ପ୍ରଭାବ ପକାଇପାରନ୍ତି । ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡିକ ବିଷୟରେ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗୁରୁବାର ଦିନ କଦଳୀ ଖାଇବାକୁ ବାରଣ କରାଯାଇଥାଏ । ବିଶ୍ୱାସ କରାଯାଏ ଯେ ଭଗବାନ ବିଷ୍ଣୁଙ୍କର ଏହି ଫଳ ଅତ୍ୟନ୍ତ ପ୍ରିୟ ହୋଇଥିବା କାରଣରୁ କଦଳୀ ଗଝକୁ ଦୂଜା କରିଥାନ୍ତି । ତେବେ ଏହିଦିନ ଭୁଲରେ ବି କଦଳୀ ଖାଇବା ଉଚିତ ନୁହେଁ । ଏହା ଦ୍ୱାରା ଧନସମ୍ପତ୍ତି ହାନି ହେବାର ସମ୍ଭାବନା ରହିବା ସହିତ ଜୀବନରେ ଅଶାନ୍ତି ହେବାର ମଧ୍ୟ ସମ୍ଭାବନା ରହିଥାଏ ।

ଏହି ଦିନ ଘର ସଫା କରିବା ମଧ୍ୟ ଜ୍ୟୋତିଷଶାସ୍ତ୍ରରେ ବାରଣ କରାଯାଇଛି । ଲୁଗା ସଫା କରିବା କିମ୍ବା ଘର ସଫା କରିବା ଦ୍ୱାରା କୁଣ୍ଡଳୀରେ ଗରୁଙ୍କର ସ୍ଥିତି କାରଣରୁ ଖରାପ ପ୍ରଭାବ ପଡ଼ିପାରେ ଏବଂ ମା’ ଲକ୍ଷ୍ମୀଙ୍କର କୃପାରୁ ବଞ୍ଚିତ ରହିପାରନ୍ତି । ଏହି କାରଣରୁ ଶାରିରୀକ ଏବଂ ଆର୍ଥିକ ରୂପରେ ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ ।

ଏହି ଦିନ ଲେକମାନଙ୍କୁ କେଶ ଏବଂ ଦାଢ଼ି କାଟିବାକୁ ମନା କରାଯାଇଥାଏ । ତେବେ ଏପରି କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏହା ସହିତ ଆପଣଙ୍କୁ ସନ୍ତାନ ସୁଖରେ ମଧ୍ୟ ସମସ୍ୟା ଉପୁଜି ପରେ । ଏହା ସହିତ ମହିଳାମାନଙ୍କୁ ଗୁରୁବାର ଦିନ କେଶ ସଫା କରିବାକୁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ବାରଣ କରାଯାଇଛି । ଏହା ସହିତ ଏହି ଦିନ ନଖ କାଟିବାକୁ ମଧ୍ୟ ବାରଣ କରାଯାଇଛି ।

 

Get real time updates directly on you device, subscribe now.