fbpx

ଲକ୍‌ଡାଉନ୍‌ରେ ‘ଅଙ୍ଗୁରି ଭାବୀ’ କନ୍‌ଷ୍ଟ୍ରକ୍ସନ୍ ସାଇଟ୍‌ରେ… କଣ କରୁଛନ୍ତି ଜାଣିଲେ ମୁଣ୍ଡରେ ଦେବେ ହାତ!

ଭୁବନେଶ୍ଵର: ଭାବିଜୀ ଘର୍‌ ପର୍‌ ହୈ? ଆପଣଙ୍କୁ କଣ ଲାଗୁଛି! ସେ ଘରେ ଅଛନ୍ତି? ନା, ସତରେ ସେ ଘରେ ନାହାନ୍ତି। ତେବେ କୋଉଠି ଅଛନ୍ତି ଭାବିଜୀ? ଆପଣ ଜାଣିଲେ ମଧ୍ୟ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ସତକଥା ହେଲା ଏଇ ଲକ୍‌ଡାଉନ୍‌ ସମୟରେ ଅଙ୍ଗୁରି ଭାବୀ କନ୍‌ଷ୍ଟ୍ରକ୍ସନ୍‌ ସାଇଟ୍‌କୁ ଯାଇଛନ୍ତି। କିନ୍ତୁ କାହିଁକି? କଣ କରୁଛନ୍ତି ଭାବିଜୀ ସେଠାରେ? ଭାବିଜୀଙ୍କ ଜୀବନରେ ବଡ଼ ଦୁଃଖଦ ଘଟଣା ଘଟିଛି। ଏକ କଠିନ ପରିସ୍ଥିତିରେ ସେ ଗତି କରୁଛନ୍ତି। ତେବେ ପେଟ ପୋଷ ନାହିଁ ଦୋଷ ନିୟମ ଅନୁସାରେ ସେ ବାଧ୍ୟହୋଇ ଏଭଳି ବୃତ୍ତିକୁ ଆପଣାଇଛନ୍ତି। ତାଙ୍କର ଆତ୍ମବିଶ୍ଵାସ ଅଛିଯେ ଦିନେ ଏହି କଠିନ ସମୟ ଚାଲିଯିବ ଓ ଭଲ ସମୟ ଆସିଯିବ! ହୁଏତ ସେତେବେଳେ ସେ ଘରକୁ ଫେରିବେ!!

କାହାଣୀ ଭଳି ଲାଗୁଛି। ଆଉ ଟିଭି ଜଗତର ଦୁଇଟି ଖୁବ୍‌ ଲୋକପ୍ରିୟ ଧାରାବାହିକର ନାଁ ନେଇ ଆମେ ମିଛ କଥା କହୁଛୁ ବୋଲି ଭାବିଲେ ଆପଣ ନିଜକୁ ଧୋକ୍କା ଖାଇଯିବେ। ହଁ, ଛୋଟ ପରଦାର ଚର୍ଚ୍ଚିତ ଧାରାବାହିକ ହେଉଛି ଭାବିଜୀ ଘର୍‌ ପର୍‌ ହୈ? ଆଉ ତା’ପୂର୍ବରୁ ଅଙ୍ଗୁରି ଭାବୀ ମଧ୍ୟ ଲୋକଙ୍କୁ ବାନ୍ଧି ରଖିଥିଲା। ଆଉ ଏହି ଦୁଇଟିଯାକରେ ଲିଡ୍‌ ରୋଲ୍‌ରେ ରହିଥିଲେ ଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପା ଶିନ୍ଦେ। ନିଜ ରିଅଲ୍‌ ଲାଇଫ୍‌ ନାଁ ବଦଳରେ ରିଲ୍‌ ଲାଇଫ୍‌ ନାଁ ତାଙ୍କୁ ଅଧିକ ସହଜରେ ଜାଣିପାରନ୍ତି। କିନ୍ତୁ ଆଜି ସେହି ରିଲ୍‌ ଲାଇଫ୍‌ ତାଙ୍କ ରିଅଲ୍‌ ଲାଇଫ୍‌କୁ ସହଯୋଗ କରିପାରିନି। କରୋନା ମହାମାରୀ ସଂକଟ କାଳରେ ଲକ୍‌ଡାଉନ୍‌ ତାଙ୍କ ନିଶା ଓ ପେସାକୁ ଦୂରେଇ ନେଇଛି। ଶିଳ୍ପାଙ୍କ ଜୀବନର ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଆଉ ବାଧ୍ୟହୋଇ ସେ ଘରୁ ବାହାରକୁ ଗୋଡ଼ କାଡ଼ିଛନ୍ତି।

Angoori Bhabi_Shilpa Shinde working on construction side #OdishaBhaskar

କିନ୍ତୁ କରୁଛନ୍ତି କ’ଣ?

ହଁ, ଏହାହିଁ ସବୁଠୁ ବଡ଼ ପ୍ରଶ୍ନ ସବୁରି ମନରେ। କିନ୍ତୁ ଆପଣ କେବେ ବିଶ୍ଵାସ କରିପାରନ୍ତି କି ‘ବିଗ୍‌ ବସ୍‌-୧୧’ର ବିଜୟନିୀ ଶିଳ୍ପା ସିନ୍ଦେ ବାଧ୍ୟହୋଇ କନ୍‌ଷ୍ଟ୍ରକ୍ସନ୍‌ ସାଇଟ୍‌ରେ କାମ କରୁଛନ୍ତି। କଟର୍‌ ମେସିନ୍‌ ଧରି ଦିନ ମଜୁରିଆ ଭାବେ ସେ କାମ କରିବାକୁ ପଛାଇନାହାନ୍ତି। ନିଜ ସ୍ଵାଭିମାନକୁ ଆୟୁଧ କରି କାହା ପାଖରେ ସେ ହାତ ପାତିନାହାନ୍ତି କି ତାଙ୍କ ଦୁଃଖ ସମୟରେ କେହି ସହଯୋଗର ହାତ ବଢ଼ାଇ ନାହାନ୍ତି। ଏଭଳି ନିର୍ମାଣ ଶ୍ରମିକ ଭାବେ କାମ କରୁଥିବାର ଭିଡିଓ ଶିଳ୍ପା ନିଜେ ସୋସିଆଲ୍‌ ସାଇଟ୍‌ରେ ଅପ୍‌ଲୋଡ୍‌ କରିଛନ୍ତି। ଏହାପରେ ଦେଶରେ କଳାକାରମାନଙ୍କ ସ୍ଥିତିକୁ ନେଇ ପୁଣି କରୁଣ ଚିତ୍ର ସାମ୍ନାକୁ ଆସିଛି। ଫିଲ୍ମ ଓ ଟିଭି ଜଗତର ଏମିତି ଅନେକ ସେଲିବ୍ରିଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସେ ମଧ୍ୟରେ ଶିଳ୍ପା ବାରି ହୋଇପଡ଼ିଛନ୍ତି। ଡ୍ରିଲିଂ ମେସିନ୍ ଧରି କନଷ୍ଟ୍ରକ୍ସନ୍ ସାଇଟରେ ପଥର ଓ କାନ୍ଥ କାଟୁଥିବା ଦୃଶ୍ୟ ଦେଖିଲେ ସହଜରେ ବିଶ୍ଵାସ କରିହେଉନି ଯେ, ବଲିଉଡ୍‌ର ସୁପର୍‌ଷ୍ଟାର୍‌ ସଲମାନ ଦିନେ ଏହି ଶିଳ୍ପାଙ୍କୁ ଅତି ନିକଟରୁ ବଧାଇ ଜଣାଇଥିଲେ!

କଣ ଲେଖିଛନ୍ତି ଶିଳ୍ପା?

ଭିଡିଓ ଅପ୍‌ଲୋଡ୍‌ କରିବା ସହ ଶିଳ୍ପା ଲେଖିଛନ୍ତି ଯେ, ଲକଡାଉନ୍ ହୋଇଯିବାରୁ ମୁଁ କନଷ୍ଟ୍ରକ୍ସନ୍ ସାଇଟ୍‌ ଗଲି। ବର୍ତ୍ତମାନ ଯାହାପାଖରେ କାମ ନାହିଁ ସେମାନେ ନିଜର କ୍ଷେତ୍ର ବଦଳାଇ ପାରିବେ। ଏଥିସହ ସେ ବିଶ୍ଵାସ ପ୍ରକଟ କରି ଉଲ୍ଲେଖ କରିଛନ୍ତି ଯେ- ସମୟ ସହିତ ତାଳଦେଇ ସବୁକିଛି ଠିକ୍ ହୋଇଯିବ।

Angoori Bhabi_Shilpa Shinde Hot look #OdishaBhaskar

କିଏ ଏହି ଶିଳ୍ପା?

୧୯୯୯ରେ ଛୋଟ ପରଦାରୁ ଅଭିନୟ ଜୀବନ ଆରମ୍ଭ କରିଥିବା ଶିଳ୍ପା ବହୁ ଟେଲିଭିଜନ୍‌ ଧାରାବାହିକରେ ଅଭିନୟ କରିସାରିଛନ୍ତି । ରବା ଇଶ୍କ ନା ହୋୱେ, ବେଟିୟାଁ ଅପନା ୟା ପାରାୟା ଧନ, ଭବୀ ଜୀ ପାର ହେ, ମିସ୍ ଇଣ୍ଡିଆ, ହରି ମିର୍ଚି ଲାଲ ମିର୍ଚି ଆଦି ଖୁବ୍‌ ଜନାଦୃତ ହୋଇପାରିଛି। ଶହଶହ ପ୍ରଶଂସକ ତାଙ୍କର ଅଛନ୍ତି। ତେବେ ଅଙ୍ଗୁରି ଭାବୀ ଓ ଭାବିଜୀ ଘର୍‌ ପର୍‌ ହୈ ଭଳି ଶୋ’ ତାଙ୍କୁ ଆହୁରି ଚର୍ଚ୍ଚାର ପରିସରକୁ ଆଣିପାରିଥିଲା।

ସହ-କଳାକାରଙ୍କ ଭିନ୍ନ ପ୍ରତିକ୍ରିୟା

ଭାବିଜୀ ଘର୍‌ ପର୍‌ ହୈ ଶୋ’ରେ ଶିଳ୍ପାଙ୍କ ସହ ଅଭିନୟ କରୁଥିବା ଆସିଫ୍‌ ଶୈଖ୍‌ (ବିଭୂତି ନାରାୟଣ ତ୍ରିପାଠୀ) କହିଛନ୍ତି ଯେ, ଶିଳ୍ପା ଶୋ’ ଛାଡ଼ିବା ପରେ ବଡ଼ ଝଟ୍‌କା ଲାଗିଛି। କିନ୍ତୁ ଟିଭି ଦୁନିଆରେ ଏହା ଅପରିହାର୍ଯ୍ୟ। ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା ଶୋ’ ପାଇଁ ଏବଂ ତାଙ୍କର ପ୍ରଶଂସକ ସଂଖ୍ୟା ମଧ୍ୟ ଅଧିକ। ଏଥିପାଇଁ ଟିଆର୍‌ପି ଖସିବାର ଆଶଙ୍କା କରାଯାଉଥିଲା। କିନ୍ତୁ ଦର୍ଶକ ଯେଉଁ ଶୋ’ରୁ ମଜା ପାଉଥିବେ ସେ ନିଶ୍ଚୟ ଶୋ’ ଦେଖିବେ। ତେବେ ଶିଳ୍ପାଙ୍କ ଏଭଳି ପରିବର୍ତ୍ତିତ ଜୀବନ-ଜୀବିକା ନେଇ ଆସିଫ୍‌ କିଛି କହିନାହାନ୍ତି।

ଦେଖନ୍ତୁ ଶିଳ୍ପାଙ୍କ ଭିଡିଓ:

Get real time updates directly on you device, subscribe now.