fbpx

‘ଭଗବାନ ଭରୋସେ’ର ପୋଷ୍ଟର ରିଲିଜ୍‌, ଏହିଦିନ ହେବ ସିନେମାଘରେ ରିଲିଜ୍‌

ମୁମ୍ବାଇ: ବଲିଉଡ୍ ନିର୍ମାତା ଶିଳାଦିତ୍ୟ ବୋରାଙ୍କ ଫିଲ୍ମ ‘ଭଗବାନ ଭରୋସେ’ର ପୋଷ୍ଟର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମ ଜରିଆରେ ନିଜର ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ଶିଳାଦିତ୍ୟ । ଏହି ଫିଲ୍ମରେ ସତ୍ୟେନ୍ଦ୍ର ସୋନୀ, ସ୍ପର୍ଶ ସୁମନ, ବିନୟ ପାଠକ, ମାସୁମେହ ମଖୀଜା, ଶ୍ରୀକାନ୍ତ ବର୍ମା, ମହେଶ ଶର୍ମା, ମନୁଋଷି ଚଢାଙ୍କ ପରି କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ ।

ଜଣାଶୁଣା ନିର୍ଦ୍ଦେଶକ, ନିର୍ମାତା ଓ ଲେଖକ ଶ୍ରୀରାମ ରାଘବନ ଗୁରୁବାର ‘ଭଗବାନ ଭରୋସେ’ର ପ୍ରଥମ ପୋଷ୍ଟର ରିଲିଜ୍ କରିଛନ୍ତି । ଏହା ସହିତ ସେ ଫିଲ୍ମର ରିଲିଜ୍ ତାରିଖ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି । ଫିଲ୍ମ ଅକ୍ଟୋବର ୧୩ ତାରିଖରେ ଭାରତ, ଆମେରିକା, କାନାଡା, ବ୍ରିଟେନ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ସିନେମାଘରେ ରିଲିଜ୍ ହେବ ।

 

Get real time updates directly on you device, subscribe now.