ନୂଆଦିଲ୍ଲୀ: କିଛି ଦିନ ତଳେ ୯୪ ବର୍ଷ ବୟସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଭବାନୀ ଦେବୀ ଡାଗରଙ୍କ ଚର୍ଚ୍ଚା ଏବେ ସବୁଠି। ଭାରତକୁ ଗୌରବାନ୍ୱିତ କରି ଭବାନୀ ଦେବୀ ଯେତେବେଳେ ଦିଲ୍ଲୀ ଏୟାର ପୋର୍ଟରୁ ବାହାରକୁ ବାହାରିଥିଲେ, ସେଠାରେ ତାଙ୍କୁ ଢୋଲ ବାଜା ସହିତ ସ୍ୱାଗତ କରାଯାଇଥିଲା। ଏହି ସମୟରେ ଏୟାରପୋର୍ଟ ପରିସରରେ ଲୋକେ ଚକ୍ ଦେ ଇଣ୍ଡିଆର ନାରା ଲଗାଇଥିଲେ। ତେବେ ସମସ୍ତଙ୍କ ମନରେ ସେବେଠୁ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ, ଢୋଲର ତାଳେତାଳେ ନାଚି ଉଠିଥିବା ଏହି ବୟସ୍କ ମହିଳା ଜଣକ କିଏ ? ପ୍ରକୃତରେ ସେ କି ପ୍ରକାର ସଫଳତା ହାସଲ କରିଛନ୍ତି।
ବୟସର ପରିଣତ ଅବସ୍ଥାରେ ଯେଉଁ ସମୟରେ ଜଣେ ବ୍ୟକ୍ତି ବିଛଣାରେ ପଡି ରହେ କିମ୍ବା କିଛି କରିବାକୁ ସକ୍ଷମ ହୋଇ ନଥାଏ । ସେ ବୟସରେ ଭାବାନୀ ଦେବୀ ଟ୍ରାକ୍ ସୁଟ୍ ଏବଂ ସ୍ପୋର୍ଟ ସୁ ପନ୍ଧି ଫିନ୍ଲାଣ୍ଡରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନସିପରେ ଭାଗ ନେଇଥିଲେ। ଏଥିରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ, ଡିସ୍କସ୍ ଥ୍ରୋ ଏବଂ ଶଟଫୁଟ୍ରେ ବ୍ରୋଞ୍ଜ ସହ ଏକା ସାଙ୍ଗରେ ତିନି ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିଲେ । ଭବାନୀ ଦେବୀ ନଜଫଗଡ଼ ସ୍ଥିତ ମଲିକପୁର ଗାଁର ବାସିନ୍ଦା । ସେ ଏହି ତିନୋଟି ପଦକ ୯୦ରୁ ୯୪ ବର୍ଷ କାଟାଗୋରୀରେ ଜିତିଥିଲେ । ଭାବନୀ ଦେବୀ ୧୦୦ ମିଟର ଦୌଡ଼ ପୁରଣ କରିବା ପାଇଁ ମାତ୍ର ୨୪.୭୪ ସେକେଣ୍ଡ ସମୟ ନଇଥିଲେ ।
#WATCH Delhi | 94-year-old Bhagwani Devi Dagar celebrates her feat of winning gold and 2 bronze for India at the World Masters Athletics championships 2022 in Finland.
Visuals from Delhi airport. pic.twitter.com/FHtjV4vTDn
— ANI (@ANI) July 12, 2022
ଭଗବାନୀ ଦେବୀଙ୍କ ବିଷୟରେ ତାଙ୍କ ନାତି ବିକାଶ ଗଣମାଧ୍ୟମକୁ ବିଶେଷ ସୂଚନା ଦେଇଛନ୍ତି, ଯିଏ ନିଜେ ଜଣେ ଆନ୍ତର୍ଜାତୀୟ ପାରା ଆଥଲେଟ୍ ଅଟନ୍ତି। ବିକାସ କୁହନ୍ତି ଯେ, ଭବାନୀ ଦେବୀଙ୍କ ପ୍ରଥମ ପସନ୍ଦ କବାଡି ଥିଲା, ଜୀବନର ସମସ୍ୟା ଭିତରେ ସେ କବାଡିଠୁ ଦୂରେଇ ଯାଇଥିଲେ ।
୨୯ ବର୍ଷ ବୟସରେ ଭଗବାନୀ ଦେବୀ ସ୍ୱାମୀ ବିଜୟ ଡାଗରଙ୍କୁ ହରାଇଥିଲେ, ଏହା ପରେ ତାଙ୍କର ୧୧ ବର୍ଷର ଝିଅ ଦୀୟା ମଧ୍ୟ ତାଙ୍କୁ ଛାଡି ଚାଲିଯାଇଥିଲା । ସେତେବେଳେ ଭବାନୀ ଦେବୀଙ୍କର ଏକମାତ୍ର ସମର୍ଥନ ଥିଲା ତାଙ୍କ ପୁଅ ହାୱା ସିଂ। ଅବଶ୍ୟ, ପରେ, ଜୀବନ ଧୀରେ ଧୀରେ ସୁଧାର ହେଲା । ବର୍ତ୍ତମାନ ଭବାନୀ ଦେବୀଙ୍କର ଦୁଇ ନାତି ଅଛନ୍ତି (ବିକାଶ ଡାଗର ଏବଂ ଭିନେଟ ଡାଗର) । ଉଭୟ ଏମସିଡି ବିଦ୍ୟାଳୟର ଶିକ୍ଷକ ଅଟନ୍ତି । ବିକାଶ ଡାଗର ମଧ୍ୟ ଜଣେ ଆନ୍ତର୍ଜାତୀୟ ପାରା ଆଥଲେଟ୍, ସେ ରାଜୀବ ଗାନ୍ଧୀ କ୍ରୀଡ଼ା ପୁରସ୍କାର ମଧ୍ୟ ପାଇଛନ୍ତି। ସେ ନିଜେ ୪୦ ରୁ ଅଧିକ ଜାତୀୟ ତଥା ଆନ୍ତର୍ଜାତୀୟ ପଦକ ଜିତିଛନ୍ତି ।
ତେବେ ଭବନୀ ଦେବୀଙ୍କ କଥା କହିଲେ ସେ ମାତ୍ର ୬ ମାସର ପରିଶ୍ରମ ତାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଦେଇଛି। ତାଙ୍କ ଜେଜେମା ଏହି ସ୍ଥିତିରେ ପହଞ୍ଚିଛନ୍ତି। ବିକାଶ କହିଛନ୍ତି ଯେ କିଛି ମାସ ପୂର୍ବେ ସେ ସଟ ପୁଟ ଖେଳର ଭାରୀ ଲୁହା ବଲକୁ ଦାଦୀଙ୍କୁ ଦେଇଥିଲେ ଏବଂ ଜେଜେମା’ଙ୍କୁ ପଚାରିଥିଲେ ଯେ ଏହା କେତେ ଓଜନ ଅଛି। ଏହା ପରେ ଭବାନୀ ଦେବୀଙ୍କ ଭିତରେ ପୁଣି ସେ ପିଲାର ଦିନର ଖେଳ ପ୍ରେମ୍ ଜାଗି ଉଠିଥିଲା । ଭବାନୀ ଦେବୀଙ୍କ ଆତ୍ମବିଶ୍ୱାସ ଭରା ପ୍ରସ୍ତୁତି ଦେଖି ବିକାଶ ତାଙ୍କ ନାମ ପ୍ରତିଯୋଗିତାରେ ପଞ୍ଜିକୃତ କରି ଦେଇଥିଲେ । ଚଳିତ ବର୍ଷ ମେ ମାସରେ ଦିଲ୍ଲୀରେ ଅନୁଷ୍ଠିତ ଷ୍ଟେଟ୍ ଚାମ୍ପଅନସିପରେ ତାଙ୍କର ବୟସର ବର୍ଗରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ତାଙ୍କର ଏହି ପ୍ରଦର୍ଶନ ବଳରେ ସେ ଫିନ୍ଲାଣ୍ଡ ଯାଇ ଭାରତର ନାମ ଗୌରବାନ୍ୱିତ କରିପାରିଛନ୍ତି ।
ଭବାନୀ ଦେବୀ କହିଛନ୍ତି ଯେ ଆଜିର ଦିନରେ ଯୁବପିିମାନେ ଅଧିକ ସମୟ ମୋବାଇଲ ଫୋନ୍ କିମ୍ବା ଇଣ୍ଡୋର ଗେମ୍ରେ ସମୟ ବିତାଉଛନ୍ତି । ତାଙ୍କ ମୁତାବକ ପ୍ରତ୍ୟେକ ବୟସର ଲୋକେ ଖେଳ ପ୍ରତି ନିଜର ରୁଚି ରଖିବା ଜରୁରୀ । କୌଣସି ମେଡାଲ ପାଇବା ପାଇଁ ଖେଳକୁଦ କରିବା ନୁହେଁ, ନିଜକୁ ଫିଟ୍ ରଖିବା ପାଇଁ ଖେଳକୁଦ କରିବା ଜରୁରୀ । ଭବାନୀ ଦେବୀ ସାଧାରଣତଃ କ୍ଷୀର, ଦହି, ଘିଅ ଏବଂ ନିରାମିଶ ଖାଦ୍ୟ ଖାଇଥାନ୍ତି । ସେ କୌଣସି ବିଶେଷ ଡାଏଟ୍ ଫଲୋ କରନ୍ତି ନାହିଁ ବୋଲି ବିକାଶ କହିଛନ୍ତି ।