fbpx
BJD
BJD SKY
BJD SKY

କ’ଣ ବାମପନ୍ଥୀ ଚରମପନ୍ଥୀଙ୍କୁ ବଞ୍ଚାଇବା ପାଇଁ କୋର୍ଟର ବ୍ୟବହାର କରାଯାଉଛି ? ସୁପ୍ରିମକୋର୍ଟଙ୍କ ଵଡ ପ୍ରଶ୍ନ

ନୂଆଦିଲ୍ଲୀ: ନକ୍ସଲ ବିରୋଧୀ ଅଭିଯାନ ସମୟରେ ଛତିଶଗଡରେ ଆଦିବାସୀଙ୍କ ହତ୍ୟାର ଯାଞ୍ଚକୁ ନେଇ ଦାଖଲ ୧୩ ବର୍ଷର ପୁରୁଣା ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯଦି ତଦନ୍ତ ପାଇଁ ଅନୁମତି ଦିଆଯାଏ ତେବେ ଆଉ କିଛି ଲୋକ ଏବଂ ସଂଗଠନ କୋର୍ଟର ବ୍ୟବହାର କଥିତ ଭାବେ ବାମପନ୍ଥୀଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରି ପାରନ୍ତି।

ବିଚାରପତି ଏଏମ ଖାନଓ୍ଵିଲକର ଏବଂ ବିଚାରପତି ଜେବି ପାରଦିଓ୍ଵାଲାଙ୍କ ଖଣ୍ଡପୀଠ ଆଦିବାସୀ ଅଧିକାର କର୍ମୀ ହିମାଂଶୁ କୁମାର ଏବଂ ୧୨ ଅନ୍ୟ ଲୋକଙ୍କ ପକ୍ଷରୁ ୨୦୧୯ରେ ଦାଖଲ ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି। ଅଦାଲତ ମେ ୧୯ରେ ନିଜର ରାୟ ସଂରକ୍ଷିତ ରଖିଥିଲେ। ଆଉ ଆଜି ଆବେଦନକୁ ଖାରଜ କରିବା ସହ ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଆବେଦନକାରୀ ହିମାଂଶୁ କୁମାରଙ୍କୁ ଚାରି ସପ୍ତାହ ଭିତରେ ଜରିମାନା ରାଶି ଭରିବାକୁ ଆଦେଶ ଦେଇଛନ୍ତି।

ନିର୍ଦ୍ଧାରିତ ସମୟ ଭିତରେ ଜରିମାନା ରାଶି ନଭରିଲେ କୁମାରଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ବଡ କଥା ଆବେଦନକାରୀ ମାଓବାଦୀଙ୍କ ସମର୍ଥକ ଭାବେ ପରିଚିତ। ସେ ୨୦୦୯ରେ ୧୭ ଆଦିବାସୀଙ୍କ ହତ୍ୟା ମାମଲାରେ ଛତିଶଗଡ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ବିରୋଧରେ ସିବିଆଇ ତଦନ୍ତ ଦାବି କରିଥିଲେ। କୁମାର ୨୦୦୯ରେ ଦାନ୍ତେଓ୍ଵାଡା ଜିଲ୍ଲାର ତିନି ଅଲଗା ଅଲଗା ଘଟଣାରେ ୧୭ ଗ୍ରାମବାସୀଙ୍କ ମୃତ୍ୟୁକୁ ନେଇ ନିଜ ପକ୍ଷରୁ ରେକର୍ଡ ବୟାନ ଆଧାରରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ।

୨୦୧୦ ଫେବୃଆରୀରେ ଉଚ୍ଚତମ ନ୍ୟାୟାଳୟ ଦିଲ୍ଲୀର ଜିଲ୍ଲା ଜଜ ଜିପି ମିତ୍ତଲଙ୍କୁ ୧୨ ଆଦିବାସୀ ଆବେଦନକାରୀଙ୍କ ବୟାନ ରେକର୍ଡ କରିବାକୁ କହିଥିଲେ। କୋର୍ଟ ପୂରା ପ୍ରକ୍ରିୟାର ଭିଡିଓଗ୍ରାଫି କରିବା ସହ ସମସ୍ତ ପକ୍ଷଙ୍କ ରିପୋର୍ଟ ଦେବାକୁ କହିଥିଲେ। ଏଥିସହ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ଆଦେଶ ଦେଇଥିଲେ। ଏହା ପରେ ଜିଲ୍ଲା ଜଜ ୨୦୧୦ ମାର୍ଚ୍ଚ ୧୬ରେ ରିପୋର୍ଟ ଦାଖଲ କରିଥିଲେ।

ଚଳିତ ବର୍ଷ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜରିଆରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା। ଆବେଦନରେ କୁହାଯାଇଥିଲା ଯେ, ଜିଲ୍ଲା ଜଜଙ୍କ ଏକ ରିପୋର୍ଟ କୋର୍ଟ ରେକର୍ଡରୁ ଗାଏବ ଥିଲା। ଏହି ରିପୋର୍ଟ ସରକାରଙ୍କୁ ୨୦୨୨ ମାର୍ଚ୍ଚରେ ମିଳିଛି। କେନ୍ଦ୍ର ଅନୁସାରେ, ରିପୋର୍ଟରୁ ଖୁଲାସା ହୋଇଛି ଯେ, ଅଭିଯୋଗକାରୀମାନେ ଜିଲ୍ଲା ଜଜଙ୍କ ସାମ୍ନାରେ ବୟାନ ଦେଇଥିଲେ ଯେ, କିଛି ଅଜଣା ଲୋକ ଜଙ୍ଗଲକୁ ଆସି ଗାଁ ଲୋକଙ୍କ ହତ୍ୟା କରିଥିଲେ। ଏପରିକି ଜଜଙ୍କ ସାମ୍ନାରେ କେହି ବି ସୁରକ୍ଷା ବଳଙ୍କ ଉପରେ ପ୍ରଶ୍ନ କରିନଥିଲେ।

ଏହା ପରେ କେନ୍ଦ୍ର ସରକାର କୋର୍ଟକୁ କୌଣସି କେନ୍ଦ୍ରୀୟ ଏଜେନ୍ସ ଦ୍ଵାରା ଯାଞ୍ଚ କରାଇବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଅପିଲ୍ କରିଥିଲେ। ଏହା ପରେ ଯାଇ ହତ୍ୟାକାରୀ ଏବଂ ସଂଗଠନର ଚିହ୍ନଟ ହୋଇ ପାରିଥିଲା। ଆଉ ଏବେ ଏହି ହିଂସକ ମାଓବାଦୀଙ୍କୁ ବଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା। ଯାହାକୁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି।

 

 

 

Get real time updates directly on you device, subscribe now.