ନୂଆଦିଲ୍ଲୀ: ରାଜସ୍ଥାନରେ ବିଜେପି ବିଧାନସଭା ପାର୍ଟି ବୈଠକରେ ଭଜନ ଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ୫୬ ବର୍ଷୀୟ ଭଜନ ଲାଲ ରାଜସ୍ଥାନର ସାନଗର ବିଧାନସଭା ଆସନରୁ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଭଜନ ଲାଲ ଶର୍ମାଙ୍କର ୧ କୋଟି ୫୦ ଲକ୍ଷ ଟଙ୍କା ସମ୍ପତ୍ତି ଏବଂ ୪୩ ଲକ୍ଷ ୬୦ ହଜାର ଟଙ୍କା ମୂଲ୍ୟର ଚଳନ ସମ୍ପତ୍ତି ରହିଛି।
ରାଜସ୍ଥାନର ଏହି ନୂତନ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ଏହା ବ୍ୟତୀତ ଭଜନ ଲାଲ ୪୬ ଲକ୍ଷ ଟଙ୍କା କରଜ କରିଛନ୍ତି। ଭଜନ ଲାଲ ଶ୍ରୀ କୃଷ୍ଣ କହ୍ନେୟା ଆଣ୍ଡ କମ୍ପାନୀର ମାଲିକ ଅଟନ୍ତି ।