fbpx

ପାରିବାରିକ କଳହର ଭୟଙ୍କର ପରିଣତି; ବାପା ଉପରକୁ ଗରମ ପାଣି ଫିଙ୍ଗି ଆଖି ନଷ୍ଟ କରିଦେଲା ଝିଅ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପାରିବାରିକ କଳହର ଭୟଙ୍କର ପରିଣତି। ବାପା ଉପରକୁ ଗରମ ପାଣି ଫିଙ୍ଗି ଗୋଟିଏ ଆଖି ନଷ୍ଟ କରିଦେଲା ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ । ପୋଲିସ ଝିଅ ଭାଗ୍ୟଲକ୍ଷ୍ମୀ ସାସମଲକୁ ଡାକି ପଚରାଉଚରା କରି ଅଟକ ରଖିଛି। ଆହତ ରମେଶ ସାସମଲଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କ ବାମପଟ ଆଖିଟି ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଛି।

ଗତକାଲି କୌଣସି କଥାକୁ ନେଇ ରମେଶ ଓ ତାଙ୍କ ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଝିଅ ଭାଗ୍ୟଲକ୍ଷ୍ମୀ ଉତ୍ତ୍ୟକ୍ତ ହୋଇ ଗରମ ପାଣି ଆଣି ବାପା ଉପରକୁ ଛାଟି ଦେଇଥିଲା। ଗରମ ପାଣି ରମେଶଙ୍କ ମୁହଁରେ ପଡ଼ିଥିଲା। ପରିବାର ଲୋକେ ରମେଶଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳକୁ ରମେଶଙ୍କର ବାମ ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ଡାକ୍ତର କହିଥିଲେ।

Get real time updates directly on you device, subscribe now.