ଆଜି ଭୌମ ପ୍ରଦୋଷ ବ୍ରତ, ଭଗବାନ ଶିବଙ୍କୁ ଏହି ଭୋଗ ଲଗାଇଲେ ପୂର୍ଣ୍ଣ ହେବ ସମସ୍ତ ମନୋସ୍କାମନା

୧୧ ମାର୍ଚ୍ଚରେ ପାଳନ ହେବ ଭୌମ ପ୍ରଦୋଷ ବ୍ରତ, ଶିବଙ୍କ ପାଖେ ଲଗାନ୍ତୁ ଏହି ଭୋଗ, ସଫଳ ହେବ ଅଟକିଥିବା କାର୍ଯ୍ୟ।

ଓଡ଼ିଶା ଭାସ୍କର: ଆଜି ଭୌମ ପ୍ରଦୋଷ ବ୍ରତ ପାଳନ କରାଯିବ। ପ୍ରଦୋଷ ବ୍ରତ ଯେବେ ମଙ୍ଗଳବାର ପଡେ ତାକୁ ଭୌମ ପ୍ରଦୋଷ ବ୍ରତ କୁହାଯାଇଥାଏ। ଏହି ଦିନ ମାଆ ପାର୍ବତୀ ଏବଂ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।

ପ୍ରଦୋଷ ବ୍ରତ ଭଗବାନ ଶିବଙ୍କୁ ସମର୍ପଣ କରାଯାଇଥାଏ। ଏହି ଦିନ ଶିବଙ୍କ ସହ ହନୁମାନଙ୍କୁ ମଧ୍ୟ ପୂଜା କରାଯାଇଥାଏ।

ଲଗାନ୍ତୁ ଏହି ଭୋଗ, ପୂର୍ଣ୍ଣ ହେବ ମନୋସ୍କାମନା:
କ୍ଷୀର: ଭଗବାନ ଶିବଙ୍କର ଅତିପ୍ରିୟ କ୍ଷୀରକୁ ପ୍ରଦୋଷ ବ୍ରତ ଦିନ ଚାଉଳ ବା ଲହୁଣି ସହ ଶିବଙ୍କ ପାଖେ ଭୋଗ ଲଗାନ୍ତୁ ବା ଏହାକୁ ଅଭିଶେକ କରନ୍ତୁ। ଦେଖିବେ ଦୂର ହୋଇଯିବ ସମସ୍ତ ବାଧା ବିଘ୍ନ।

ହାଲୁଆ: ଭୋଲେନାଥଙ୍କୁ ହଲୁଆ ଭୋଗ ଲଗାନ୍ତୁ। ପ୍ରଦୋଷ ବ୍ରତ ଦିନ ଶିବଙ୍କ ପାଖେ ସୁଜି ହାଲୁଆ ଭୋଗ ଲଗାନ୍ତୁ।

ଫଳ: ପ୍ରଦୋଷ ବ୍ରତ ଦିନ ଭଗବାନ ଶିବଙ୍କ ପାଖେ ଫଳ ଭୋଗ ଲଗାନ୍ତୁ। ଏହା ସବୁଠୁ ଉତ୍ତମ ଭୋଗ ବୋଲି କୁହାଯାଇଥାଏ। ଏଥିରେ ସେଓ, ଅଙ୍ଗୁର, କଦଳୀ, ଆମ୍ବ ଆଦି ଭୋଗ ଲଗାଇପାରିବେ।

ଭାଙ୍ଗ ଏବଂ ଦୁଦୁରା: ଭଗବାନ ଶିବଙ୍କ ପୂଜା ବେଲପତ୍ର ବ୍ୟତୀତ ଭାଙ୍ଗ ଏବଂ ଦୁଦୁରାରେ ମଧ୍ୟ କରାଯାଇଥାଏ। ଏହି ଦିନ ଶିବଲିଙ୍ଗ ଉପରେ ଭାଙ୍ଗ-ଦୁଦୁରା ମଧ୍ୟ ଅର୍ପଣ କରନ୍ତୁ।

ଭୌମ ପ୍ରଦୋଷ ବ୍ରତର ମହତ୍ତ୍ୱ: ଭୌମ ପ୍ରଦୋଷ ଦିନ ଭଗବାନ ଶିବଙ୍କ ହନୁମାନଙ୍କର ମଧ୍ୟ ପୂଜା କରାଯାଇଥାଏ। ବଜରଙ୍ଗବାଲିଙ୍କୁ ଏହି ଦିନ ସିନ୍ଦୁର, ତୁଳସୀ, ବୁନ୍ଦୀ ବା ବେସନ ଲଡୁ ଆଦି ଅର୍ପଣ କରି ପୂଜା କରନ୍ତୁ। ଏହି ବ୍ରତ କରିବା ଦ୍ୱାରା ଘରକୁ ଖୁସି-ସମୃଦ୍ଧି ଫେରିଆସିଥାଏ। ଏଥିସହ ଋଣରୁ ମୁକ୍ତି ମିଳିଥାଏ।