fbpx

ତ୍ରିଷାଙ୍କ ପରେ ଆଉଜଣେ ଅଭିନେତ୍ରୀଙ୍କ MMS ଲିକ୍, ଭାଇରାଲ୍ ହେଉଛି Video

ଓଡ଼ିଶା ଭାସ୍କର ବ୍ୟୁରୋ: ନିକଟରେ ଭୋଜପୁରୀ ଅଭିନେତ୍ରୀ ତ୍ରିଷା କର ମଧୁଙ୍କ ଏମଏମଏସ ଭିଡିଓ ଲିକ୍ ହୋଇଥିବାବେଳେ ଇଣ୍ଟରନେଟ୍ ରେ ହଇଚଇ ସୃଷ୍ଟି ହୋଇଥିଲା । ଆଉ ଖୁବ୍ ଚର୍ଚ୍ଚାର ପରିସରରେ ରହିଥିଲେ ତ୍ରିଷା । ସୋସିଆଲ୍ ମିଡିଆରେ ତାଙ୍କୁ ନେଇ ଖୁବ୍ ଗରମାଗରମ ଆଲୋଚନା ଜୋର୍ ଧରିଥିଲା । ଆଉ ସେହି ଚର୍ଚ୍ଚା ନଥମୁଣୁ ଏବେ ଆଉଜଣେ ଭୋଜପୁରୀ ଅଭିନେତ୍ରୀଙ୍କ ଲିକ୍ ହୋଇଛି ଏମଏମଏସ୍ ଭିଡିଓ ।

ଏଥର ଭାଇରାଲ୍ ହୋଇଥିବା ଏମଏମଏସ୍ ଭିଡିଓରେ ରହିଛନ୍ତି ଭୋଜପୁରୀ ଅଭିନେତ୍ରୀ ପ୍ରିୟଙ୍କା ପଣ୍ଡିତ । ଇଣ୍ଟରନେଟ୍ରେ ହଟ୍ ସର୍ଚ୍ଚରେ ରହିଛି ପ୍ରିୟଙ୍କାଙ୍କ ଭାଇରାଲ୍ ଭିଡିଓ । ହଟ୍ ଆଉ ବୋଲ୍ଡନେସ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଏହି ଅଭିନେତ୍ରୀଙ୍କ ପର୍ସନାଲ୍ ଲାଇଫ୍ ବା ରିଅଲ୍ ଲାଇଫ୍ କୁ ନେଇ ବିବାଦ ଉପୁଜିବାରେ ଲାଗିଛି । ତେବେ ଏହି ଖବର ଚର୍ଚ୍ଚାକୁ ଆସିବା ପରେ ପ୍ରିୟଙ୍କା ଉକ୍ତ ଭିଡିଓଟି ତାଙ୍କର ନୁହେଁ ବୋଲି ସଫେଇ ଦେଇସାରିଛନ୍ତି । ଏହା କେହି ଅନ୍ୟ ଝିଅର ଭିଡିଓ ବୋଲି ସେ ଦାବି କରିଛନ୍ତି । କେହି ତାଙ୍କ ସହ ଶତ୍ରୁତା କରିବା ସହ ଏଭଳି କାରନାମା କରିଥିବା ସେ କହିଛନ୍ତି ଏବଂ ଏନେଇ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିସାରିଛନ୍ତି । ପୋଲିସ୍ ଏନେଇ ତନାଘନା ଆରମ୍ଭ କରିଦେଇଛି । ପରେ ଉକ୍ତ ଭାଇରାଲ୍ ଭିଡିଓ ଲିଙ୍କ୍ ଇଣ୍ଟରନେଟ୍ ସର୍ଚ୍ଚରୁ ରିମୁଭ୍ କରାଯାଇଥିବା ଜଣାପଡ଼ିଛି ।

୨୦୧୩ରେ ଜିନା ତେରି ଗଲି ମେଁ ଚଳଚ୍ଚିତ୍ରରେ ଅଭିନେତା ପ୍ରଦୀପ ପାଣ୍ଡେ (ଚିଣ୍ଟୁ)ଙ୍କ ସହ ପ୍ରଥମେ ପ୍ରିୟଙ୍କା ଫିଲ୍ମ ଦୁନିଆକୁ ଏଣ୍ଟ୍ରି କରିଥିଲେ । ଏହାପରଠୁ ସେ ପ୍ରାୟ ୫୦ ଫିଲ୍ମରେ ଅଭିନୟ କରି ଭୋଜପୁରୀ ସିନେ ଜଗତରେ ଏକ ଚର୍ଚ୍ଚିତ ଚେହେରା ହୋଇସାରିଲେଣି ।

Viral Video

 

Get real time updates directly on you device, subscribe now.