ଭୁବନେଶ୍ୱର: ଭୁବନେଶ୍ୱର-କଟକ ଟ୍ରାଫିକ୍ ସମସ୍ୟା ଦୂର କରିବ ରିଙ୍ଗ ରୋଡ୍ । ଖୁବ୍ ଶୀଘ୍ର ଆରମ୍ଭ ହେବ କ୍ୟାପିଟାଲ ରିଜିୟନ ରିଙ୍ଗରୋଡ୍ ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦେଲେ ସୂଚନା । ଭୁବନେଶ୍ୱରରୁ ଚୌଦ୍ୱାର ପର୍ଯ୍ୟନ୍ତ ୧୧୧ କି.ମି.ର ରିଙ୍ଗ ରୋଡ୍ ।
ରିଙ୍ଗରୋଡ୍ ପାଇଁ ସାଢ଼େ ୬ ହଜାର କୋଟି ଟଙ୍କା ବ୍ୟୟ କରାଯିବ ।
ଉଭୟ କଟକ ଓ ଭୁବନେଶ୍ୱରରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶେଷକରି ସନ୍ଧ୍ୟା ଏବଂ ସକାଳ ସମୟରେ ରାସ୍ତା ଗହଳି ରହୁଛି ।
୩୦ ମିନିଟରୁ ୪୦ ମିନିଟ୍ ପର୍ଯ୍ୟନ୍ତ ଟ୍ରାଫିକରେ ଛିଡ଼ା ରହିବାକୁ ପଡ଼ୁଛି । ରିଙ୍ଗରୋଡ୍ ହେଲେ ଏ ପ୍ରକାର ସମସ୍ୟାରୁ ଉଭୟ ସହରର ଲୋକେ ମୁକ୍ତ ହୋଇପାରିବେ ।