fbpx

ଜଳୁଛି ରାଜଧାନୀ, ୪୩.୮ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ଭୁବନେଶ୍ୱର

ଭୁବନେଶ୍ୱର: ଆଜି ରାଜ୍ୟର ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି । ଆଜି ରାଜ୍ୟର ୧୭ଟି ସହରରେ ୪୦ ଡିଗ୍ରୀ ତାପମାତ୍ରା ରହିଛି । ୪୩.୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହରର ରେକର୍ଡ କରିଛି । ସେହିଭଳି ପାରଳାଖେମୁଣ୍ଡି ୪୨.୯, ବାରିପଦା ୪୨.୬, ନୂଆପଡ଼ା ୪୨.୪ ଡିଗ୍ରୀ, କେନ୍ଦ୍ରାପଡ଼ା ୪୧.୮, ଜଗତସିଂହପୁରରେ ୪୧.୬, କଟକରେ ୪୦.୨ ଡିଗ୍ରୀ ତାପମାତ୍ରା ରହିଛି ।

ସେହିପରି ଯାଜପୁରରେ ୪୧ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୌଦ୍ଧର ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରିଛି । ଅନ୍ୟପଟେ ବାଲେଶ୍ୱର ୪୦.୭, ଅନୁଗୁଳ ୪୦.୭, ଚାନ୍ଦବାଲି ୪୦.୪, ତାଳଚେରରେ ୪୦.୪, ମାଲକାନଗିରିରେ ୪୦.୧, ଢେଙ୍କାନାଳ ୪୦.୧, ନୟାଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ରହିଛି ।

Get real time updates directly on you device, subscribe now.