fbpx

ଅସହ୍ୟ ଖରାରେ ତାତୁଛି ଓଡ଼ିଶା : ଦିନ ସାଢ଼େ ୧୧ରେ ଭୁବନେଶ୍ୱର ୩୭.୨ ଡିଗ୍ରୀ, ଜାଣନ୍ତୁ ଆପଣଙ୍କ ସହରରେ କେତେ ତାପମାତ୍ରା ?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହ ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଛି । ଆଜି ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ଭଳି ଝାରସୁଗୁଡାରେ ମଧ୍ୟ ତାତି ୩୭.୨ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଛି । ତାପମାତ୍ରା ବଢ଼ିଯିବା ନେଇ ଲୋକମାନେ କଲବଲ ହେଉଛନ୍ତି ।

ଏହା ସହ ଚାନ୍ଦବାଲିରେ ୩୭, ବାଲେଶ୍ୱର ଓ ସମ୍ବଲପୁରରେ ୩୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିବା ଜଣାପଡିଛି । ହୀରାକୁଦରେ ୩୫.୪, କେନ୍ଦୁଝର ଓ ଗୋପାଳପୁରରେ ୩୫ ଡିଗ୍ରୀ, ପୁରୀରେ ୩୪, ପାରାଦୀପରେ ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି(ସୋମବାର) ମଧ୍ୟ କାଳବୈଶାଖୀର ପ୍ରଭାବ କିଛି ପରିମାଣରେ ଓଡ଼ିଶା ଉପରେ ରହିପାରେ। ଏହାପରେ ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବ। ବର୍ଷା ବିଶେଷ ହେବ ନାହିଁ। ଖରା ବଢ଼ିବ। ଫଳରେ ଦିନ ତାପମାତ୍ରା ମଧ୍ୟ ଧୀରେଧୀରେ ବଢ଼ିବା ଆରମ୍ଭ କରିବ। ଆସନ୍ତା ୩ ଦିନରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ ଡିଗ୍ରି ଯାଏ ବଢ଼ିବ। ଆଜି ରାଜଧାନୀ ଭୁବନେଶ୍ବରର ଆକାଶ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ଦିନ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୪ ଡିଗ୍ରି ମଧ୍ୟରେ ରହିବ ବୋଲି ଆକଳନ କରାଯାଇଥିଲା ।

Get real time updates directly on you device, subscribe now.