fbpx
BJD SKY
BJD SKY

ଭୁବନେଶ୍ୱରରେ ପ୍ରବଳ ଖରା: ଦିନ ସାଢ଼େ ୧୧ରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ

BJD

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହ ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଛି । ଆଜି ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ୱର ରାଜ୍ୟରେ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ସାଢ଼ୋ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତାପମାତ୍ରା ବଢ଼ିଯିବା ନେଇ ଲୋକମାନେ କଲବଲ ହେଉଛନ୍ତି ।

ଏହା ସହ ସମ୍ବଲପୁରରେ ୩୮, ଝାରସୁଗୁଡ଼ାରେ ୩୭.୬, ଚାନ୍ଦବାଲିରେ ୩୭.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିବା ଜଣାପଡିଛି । ସେହିପରି ବାଲେଶ୍ୱରରେ ୩୬.୮, ହୀରାକୁଦରେ ୩୬.୨, କେନ୍ଦୁଝରରରେ ୩୫.୪, ଗୋପାଳପୁରରେ ୩୪, ପୁରୀରେ ୩୩.୮, ପାରାଦୀପରେ ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.