fbpx

୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆରମ୍ଭ ହୋଇଛି ମୌସୁମୀ ବର୍ଷା । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ପ୍ରବଳ ବର୍ଷା । ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ଏବଂ ୧୧ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡିକ ହେଲା ସୋନପୁର, ସମ୍ବଲପୁର, ଦେବଗଡ଼, କୋରାପୁଟ, ନବରଙ୍ଗପୁର, ଖୋର୍ଦ୍ଧା, କଟକ, ପୁରୀ, ଅନୁଗୁଳ, ଜଗତସିଂହପୁର, ସୁନ୍ଦରଗଡ଼ ।

ସେହିଭଳି ମୌସୁମୀ ପ୍ରଭାବରେ ଆଜି ରାଜଧାନୀ ଭୁବନେଶ୍ୱରରେ ଘଡ଼ ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ରାଜଧାନୀର ବିଭିନ୍ନ୍ ତଳିଆ ଅଞ୍ଚଳରେ ଜମିଛି ବର୍ଷା ପାଣି । ଫଳରେ ତଳିଆ ଅଞ୍ଚଳର ଲୋକେ ବର୍ଷା ପାଣି ଯୋଗୁଁ ହନ୍ତସନ୍ତ ହୋଇଛନ୍ତି ।

Get real time updates directly on you device, subscribe now.