fbpx

ଭୁବନେଶ୍ୱର ତାରିଣୀ ବସ୍ତ୍ରାଳୟ ସିଲ୍, ଦୋକାନୀ ସହ ଗ୍ରାହକଙ୍କଠାରୁ ଆଦାୟ ହେଲା ଫାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ପ୍ରକୋପ ଏବେ ବି ଜାରି ରହିଥିବା ବେଳେ ତାରିଣୀ ବସ୍ତ୍ରାଳୟ ସିଲ୍ ହୋଇଛି । ପ୍ରବଳ ଗହଳି ପାଇଁ ତାରିଣୀ ବସ୍ତ୍ରାଳୟକୁ ସିଲ୍ କରିଛି ବିଏମସି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଏମସି ଚଢ଼ାଉ କରିଥିଲା । ଦୋକାନ ସିଲ୍ କରିବା ସହ ଦୋକାନ ମାଲିକଙ୍କ ଠାରୁ ୭୫ ହଜାର ଫାଇନ ମଧ୍ୟ ଆଦାୟ କରାଯାଇଛି । ପ୍ରତି ଗ୍ରାହକଙ୍କଠାରୁ ମଧ୍ୟ ୫ ଶହ ଟଙ୍କା ଲେଖାଏଁ ୨୫ ହଜାର ଫାଇନ୍ ଆଦାୟ ହୋଇଛି । ଏନେଇ ବିଏମସି ଆସିଷ୍ଟାଣ୍ଟ କମିଶନର ଲିଲନ ପ୍ରସାଦ ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.