ଇରାନ-ଇସ୍ରାଏଲ ଯୁଦ୍ଧ: ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡାଣ ବାତିଲ କଲା ଇଣ୍ଡିଗୋ

ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଦ୍ଧ ଉତ୍ତେଜନା । ଏହା ମଧ୍ୟରେ ଭୁବନେଶ୍ବରରୁ ଆବୁଧାବିକୁ ବିମାନ ଉଡ଼ାଣ ବାତିଲ କରିଛି ଇଣ୍ଡିଗୋ ।

ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଦ୍ଧ ଉତ୍ତେଜନା । ଏହା ମଧ୍ୟରେ ଭୁବନେଶ୍ବରରୁ ଆବୁଧାବିକୁ ବିମାନ ଉଡ଼ାଣ ବାତିଲ କରିଛି ଇଣ୍ଡିଗୋ । ଇରାନ-ଇସ୍ରାଏଲ ଯୁଦ୍ଧ,ଏବଂ ଇରାନର 3ଟି ପରମାଣୁ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ପରେ, ଇଣ୍ଡିଗୋ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ।

ଭୁବନେଶ୍ବରରୁ ଆବୁଧାବି ଯାଉଥିବା  6E 1442ଓ ଆବୁଧାବିରୁ ଭୁବନେଶ୍ୱର 6E 1441 ବିମାନ ଉଡାଣ ବାତିଲ ହୋଇଛି। । ସୁରକ୍ଷିତ ବିମାନ କରିଡର ଉପଲବ୍ଧ ହେବା ମାତ୍ରେ ବିମାନ ସେବା ପୁଣି ଆରମ୍ଭ ହେବ ବୋଲି ଇଣ୍ଡିଗୋ କହିଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁନ 12 ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ଆବୁଧାବି ବିମାନସେବା ସେବାର ଶୁଭାରମ୍ଭ କରିଥିଲେ ।