ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଠାରୁ ପୁରୀକୁ ୮ ଲେନର ରାସ୍ତା ପାଇଁ ଦାବି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୪ ଲେନରୁ ୮ ଲେନ ରାସ୍ତା ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ନିକଟରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଏଥିରେ ଦାବି କରିଛନ୍ତି ଯେ, ଏହି ୮ ଲେନ ରୋଡ଼ରେ ସର୍ଭିସ ରୋଡ଼ ରଖାଯାଉ। କୋଷ୍ଟାଲ ହାଇୱେ ୨ ଲେନରୁ ୪ ଲେନ କରିବାକୁ ବି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
ଓଡ଼ିଶାକୁ ୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଭେଟିଦେଲେ କେନ୍ଦ୍ର ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ । ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ନୀତିନ ଗଡ଼କରୀ ।୧୫୪ କିମି ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ।
ବରମୁଣ୍ଡାର ପଡିଆରେ ଆୟୋଜିତ ବିରାଟ ସଭାରେ ଯୋଗ ଦେଇ ସେ ଶିଳାନ୍ୟାସ କରିଛନ୍ତି । ମହତାବଙ୍କର 125 ତମ ଜନ୍ମବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।
ତେବେ ଓଡ଼ିଶା ପାଇଁ ଏକ ଐତିହାସିକ ଦିନ କହିଲେ ମୁଖ୍ୟମନ୍ତ୍ରୀ । ମୋହନ ମାଝୀ କହିଛନ୍ତି, ଓଡ଼ିଶାର ଭିତ୍ତିଭୂମି ବିକାଶ ପାଇଁ ଆଜି ଐତିହାସିକ ଦିବସ ।