fbpx

ଅପରାଧ ନିୟନ୍ତ୍ରଣ ପାଇଁ ନୂଆ ଋଣନୀତି: ଏଣିକି ସିସିଟିଭି ସର୍ଭେଲାନ୍ସରେ ରହିବ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ନୂଆ ଋଣନୀତି ପସ୍ତୁତ କରାଯାଇଛି । ‘ସହଭାଗିତା’ ନାଁରେ ସହଯୋଗ ଲୋଡିଛି କମିଶନରେଟ୍ ପୋଲିସ । ମଲ୍, ମାର୍କେଟ ଓ ଆପାର୍ଟମେଣ୍ଟର ସହଯୋଗ ଲୋଡିଥିବା ଜଣାପଡିଛି । ଲାଗିଥିବା ସିସିଟିଭି ମଧ୍ୟରୁ ଗୋଟିଏ କ୍ୟାମେରା ରାସ୍ତାକୁ ରହିବ । ରାସ୍ତାକୁ ସିସିଟିଭି କ୍ୟାମେରା ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରହିବ ।

ଏହାସହ ଲାଗିଥିବା ସିସିଟିଭି ଆଇପି ଟିକଣା ସେୟାର କରିବାକୁ ପରାମର୍ଶ ଦିଆଯାଇଛି । ଏଥିରେ କମିଶନରେଟ୍ ପୋଲିସ କଣ୍ଟ୍ରୋଲ ରୁମ୍ ସହ ସେୟାର ହେବ । ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.