fbpx

ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୁପେନ୍ଦ୍ର ପଟେଲ, ଅପରାହ୍ନ ୨ରେ ଶପଥ ଗ୍ରହଣ

ଗୁଜୁରାଟ: ଆଜି ଗୁଜୁରାଟରେ ଭୁପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମଟି ଅପରାହ୍ନ ୨ଟାରେ ଗାନ୍ଧିନଗରର ନୂତନ ସଚିବାଳୟ ନିକଟ ହେଲିପ୍ୟାଡ ଗ୍ରାଉଣ୍ଡରେ ଆୟୋଜିତ ହେବା ନେଇ ବ୍ୟବସ୍ଥା କରାଯାଇଛି । ଶପଥ ପାଠ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ରହିବେ । ଏହି ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଅହମ୍ମଦାବାଦ ଠାରେ ପହଁଚିଥିଲେ । ସେ ଆସିବା ସମୟରେ ଏକ ବିଶାଳ ରୋଡ୍ ସୋ ମଧ୍ୟ କରିଥିଲେ ।

ଗୁଜୁରାଟରେ ବିଜେପି ସବୁଠାରୁ ବଡ ଐତିହାସିକ ବିଜୟ ହାସଲ କରିଛି । ଆଜି ଶପଥ ପାଠ ପରେ, ଗୁଜୁରାଟରେ କ୍ରମାଗତ ଭାବେ ବିଜେପି ସରକାର ଗଠନ କରିବାକୁ ଯାଉଛି । ତେବେ ଭୁପେନ୍ଦ୍ର ପଟେଲ ଆଜି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେ ସର୍ବସମ୍ମତି କ୍ରମେ ବିଜେପି ବିଧାନସଭା ପାର୍ଟି ବୈଠକରେ ନିର୍ବାଚିତ ହୋଇଥିଲେ ।

ଶନିବାର ଦିନ ଭୁପେନ୍ଦ୍ର ପଟେଲ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ରାଜ୍ୟରେ ସରକାର ଗଠନ କରିଥିଲେ । ସୂଚନାଯୋଗ୍ୟ, ଗୁଜୁରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୧୫୬ଟି ଆସନ ଜିତିଥିଲା । ଏହାସହ କଂଗ୍ରେସ ୧୭ଟି ଆସନ ଏବଂ ଆପ ୫ଟି ସିଟ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ୪ଟି ସିଟ ବିଜୟଲାଭ କରିଛନ୍ତି ।

Get real time updates directly on you device, subscribe now.