fbpx

କୃଷକଙ୍କ ପାଇଁ ବଡ଼ ଘୋଷଣା; କିଷାନ ସମ୍ମାନ ନିଧି ଯୋଜନାରେ ବଢ଼ିଲା ୨,୦୦୦ ଟଙ୍କା

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । କିଷାନ ସମ୍ମାନ ନିଧିରେ ୨୦୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା। ଏବେ ରାଜସ୍ଥାନରେ କିଷାନ ସମ୍ମାନ ନିଧି ଭାବେ ୮୦ ଟଙ୍କା ଦିଆଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ଆମେ ଦେଇଥିବା ପ୍ରତିଶ୍ରୁତି ଏବେ ପୂରଣ ହେଉଛି। ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ଗୋଟିଏ ଦିନ ପୂର୍ବରୁ ଏହି ବଡ଼ ଘୋଷଣା କରାଯାଇଛି । ଏନଡିଏକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ସରକାର ଗଠନ ପାଇଁ ସମସ୍ତ ମେଣ୍ଟ ଦଳର ସମର୍ଥନ ମିଳିଥିଲା ।

ନରେନ୍ଦ୍ର ମୋଦୀ ରବିବାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ କୃଷକମାନଙ୍କ ସାମଗ୍ରିକ ଉନ୍ନତି ପାଇଁ ରାଜ୍ୟ ସରକାର ପିଏମ କିଷାନ ସମ୍ମାନ ନିଧିକୁ ୨,୦୦୦ ଟଙ୍କା ବୃଦ୍ଧି କରିଛନ୍ତି। ଏହାକୁ ମିଶାଇ ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବାର୍ଷିକ ୬ ହଜାର ଟଙ୍କା ରାଶି ଏବେ ୮ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅତିରିକ୍ତ ରାଶି ଚାଷୀଙ୍କୁ ସହାୟକ ହେବ।

କୃଷକଙ୍କୁ ଆଗକୁ ନେବା ପାଇଁ ସରକାର ମିଶନ ମୋଡରେ କାମ କରୁଛନ୍ତି ବୋଲି ସେ କହିଛନ୍ତି । ବର୍ଷା ଋତୁ ଆରମ୍ଭ ହେବା ପୂର୍ବରୁ ନିଆଯାଇଥିବା ଏହି ନିଷ୍ପତିକୁ ନେଇ ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ମୌସୁମୀ ଆସିବା ମାତ୍ରେ ସମଗ୍ର ଦେଶରେ ବୁଣିବା ଆରମ୍ଭ ହୋଇଯିବ। ଏହି ଟଙ୍କାରେ ସେମାନେ ସହଜରେ ବିହନ ଓ ସାର କିଣିପାରିବେ ବୋଲି ରାଜ୍ୟର ଅନେକ ଚାଷୀ କହିଛନ୍ତି।

Get real time updates directly on you device, subscribe now.