fbpx

ଅନିଲ ଅମ୍ବାନୀଙ୍କୁ ଲାଗିଲା ବଡ ଝଟକା, ବଞ୍ଚାଇବା ପାରିଲେ ନାହିଁ ନିଜର ଦେବାଳିଆ କମ୍ପାନୀ

ନୂଆଦିଲ୍ଲୀ: ରିଲାୟନ୍ସ ଗ୍ରୁପର ମୁଖ୍ୟ ଅନିଲ ଅମ୍ବାନୀଙ୍କୁ ଲାଗିଲା ବଡ ଝଟକା। ନିଖିଲ ମର୍ଚ୍ଚାଣ୍ଟଙ୍କ ହେଜଲ ମର୍ଙ୍କେଟାଇଲ-ସ୍ଵାନ ଏନର୍ଜୀ କୋନ୍ସୋର୍ଟିୟମ ଅନିଲ ଅମ୍ବାନୀଙ୍କ ଦେବାଳିଆ ସିପୟାର୍ଡ କମ୍ପାନୀ ରିଲାୟନ୍ସ ନାଭାଲ ଆଣ୍ଡ ଇଞ୍ଜିନିୟରିଂର ନିଲାମ ଜିତି ନେଇଛି। ଏଥିସହ ସମସ୍ତ ପ୍ରୟାସ ସତ୍ତ୍ଵେ ବି ଅନିଲ ଅମ୍ବାନୀ ନିଜର ଏହି କମ୍ପାନୀକୁ ବଞ୍ଚାଇ ପାରି ନାହାନ୍ତି।

ବିଜନେସ୍ ଟୁଡେର ଖବର ଅନୁଯାୟୀ, ପ୍ରାୟ ୯୫ ପ୍ରତିଶତ ଋଣଦାତା ନିଖିଲ ମର୍ଚ୍ଚାଣ୍ଟଙ୍କ କମ୍ପାନୀ ପକ୍ଷରେ ମତଦାନ କରିଛନ୍ତି। ହେଜଲ ମର୍ଙ୍କେଟାଇଲ-ସ୍ଵାନ ଏନର୍ଜୀ କୋନ୍ସୋର୍ଟିୟମ ଲିମିଟେଡ୍ ରିଲାୟନ୍ସର ନାଭାଲ ସିପୟାର୍ଡ ପାଇଁ ୨୭୦୦ କୋଟି ଟଙ୍କା ନିଲାମ ଡାକିଥିଲା। ନିଜର ଏହି କମ୍ପାନୀକୁ ବଞ୍ଚାଇବାକୁ ଅନିଲ ଅମ୍ବାନୀ ବହୁ ଚେଷ୍ଟା ଚଳାଇଥିଲେ। ଏହାରି ଆଧାରରେ ଅନିଲ ଅମ୍ବାନୀଙ୍କ ରିଲାୟନ୍ସ ଇନଫ୍ରା ସମାଧାନର ରାସ୍ତା ବାହାର କରାଯିବ ବୋଲି କହିଥିଲା। ତେବେ ଏହାର ସୁଫଳ କିଛି ମିଳିନାହିଁ।

ହେଜଲ ମର୍ଙ୍କେଟାଇଲ-ସ୍ଵାନ ଏନର୍ଜୀ କୋନ୍ସୋର୍ଟିୟମର ନିଲାମ ଜିତିବାକୁ ଅଯୋଗ୍ୟ ଘୋଷିତ କରିବା ପାଇଁ ରିଲାୟନ୍ସ ଇନଫ୍ରା ଗତ ସୋମବାର ଏନସିଏଲଟି ଅହମ୍ମଦାବାଦ ପୀଠରେ ଆବେଦନ କରିଥିଲା। ଅଦାଲତ ମାମଲାର ଶୁଣାଣି ମାର୍ଚ୍ଚ ୩୦ରେ କରିବାକୁ ତାରିଖ ଧାର‌୍ୟ୍ୟ କରିଛନ୍ତି।

Get real time updates directly on you device, subscribe now.