fbpx

ବଡ ଖବର: ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

Advertisement

ଭୁବନେଶ୍ୱର,୨ ।୭(ଓଡିଶା ଭାସ୍କର): ରାଜ୍ୟରେ ଅନଲକ୍ ୨ ଲାଗୁ ହୋଇଥିଲେ ବି କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଯାଉଛି । ଆଜି ୨୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ମୃତକ ଗଞ୍ଜାମ ଓ ଅନୁଗୁଳ ଜିଲ୍ଲାର ବୋଲି ସୂଚନା ମିଳିଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗଞ୍ଜାମରେ ଜଣେ ୪୯ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳରେ ଜଣେ ୫୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ଉଭୟ ଚିକିତ୍ସାଧୀନ ଅବସ୍ଥାରେ ଥିବା ସମୟରେ ହିଁ ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.