fbpx

Big Breaking: ନିର୍ମାଣଧୀନ କଲଭର୍ଟ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ

ରାୟଗଡ଼ା: ନିର୍ମାଣଧୀନ କଲଭର୍ଟ ଭୁଶୁଡ଼ି ୫ଜଣଙ୍କର ମୃତ୍ୟୁ ହେବା କଥା ସାମ୍ନାକୁ ଆସିଛି । ଏଥିରେ ସମୁଦାୟ ୪ଜଣଙ୍କ ଶିଶୁ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି । ଏପରି ଅଘଟଣ ଲାଗି ଗାଁରେ ଶୋକାକୂଳ ପରିସ୍ଥିତି ଦେଖାଦେଇଛି । ଏଥିସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁଯାୟୀ, ରାୟଗଡା ସ୍ଥିତ କଲ୍ୟାଣସିଂହପୁର ଉପରସଜା ନିକଟରେ କେନାଲ ଉପରେ ଏକ କଲଭର୍ଟ ତିଆରି ହେଉଥିଲା । ଦୀର୍ଘ ଦିନ ବର୍ଷା ଯୋଗୁଁ ଏହାର ନିର୍ମାଣକାର୍ଯ୍ୟ ଶେଷ ହୋଇପାରିନଥିଲା । ତେବେ ଏହା ତଳେ ଅନେକ ଲୋକ ଗାଧଉଥିଲେ । ହଠାତ୍ କଲଭର୍ଟ ଭୁଶୁଡ଼ି ପଡିବା ହେତୁ ସମସ୍ତେ ଭୟଭୀତ ହୋଇ ଏଣେ ତେଣେ ପଳାଇବା ବେଳେ ଏହି ୫ଜଣ ସେହି ଭଗ୍ନ କଲଭର୍ଟ ତଳେ ବଳିପଡିଯାଇଛନ୍ତି ।

ଘଟଣାସ୍ଥଳରେ ଗାଧଉଥିବା ଅନ୍ୟାନ୍ୟ ଲୋକଙ୍କର ଆହତ କଥା ବର୍ତ୍ତମାନ ସୁଦ୍ଧା କିଛି ସୂଚନା ନାହିଁ । ଘଟନାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ପୋଲିସ କର୍ମୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଶିଶୁଙ୍କ ମୃତ୍ୟୁକୁ ନେଇ ପରିବାର ବର୍ଗ ଦୁଃଖରେ ଭାଙ୍ଗିପଡି ସେହି ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ଦେଖାଦେଇଛି ।

Get real time updates directly on you device, subscribe now.