fbpx

BIG BREAKING: ୨୦୨୪ ମସିହା ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା

ଓଡିଶା ଭାସ୍କର: ୨୦୨୪ ମସିହା ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଆଜି ଘୋଷଣା ହୋଇଛି। ଏଥିରେ ମନୋନୀତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଓଡିଶାର ୨ ଜଣଙ୍କ ନାମ ରହିଛି। ଓଡିଶାର ଗୋପୀନାଥ ସ୍ୱାଇଁ ଓ ଭାଗବତ ପ୍ରଧାନଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ଗୋପୀନାଥ ସ୍ୱାଇଁ ହେଉଛନ୍ତି ଜଣେ ବିଶିଷ୍ଟ ଲୋକନାଟକ କୃଷ୍ଣ ଲୀଳାର ସଂଗୀତକାର। ତାଙ୍କ ଘର ଓଡିଶାର ଗଞ୍ଜାମ ଜିଲ୍ଲାରେ। ସେହିପରି ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ଭାଗବତ ପ୍ରଧାନଙ୍କ ଘର ଓଡ଼ିଶାର ବରଗଡ଼ ଜିଲ୍ଲାରେ। ଭାଗବତ ପ୍ରଧାନ ଲୋକନୃତ୍ୟ ‘ଶବ୍ଦ ନୃତ୍ୟ’ ଭାବେ ବେଶ୍ ନାମ ଅର୍ଜନ କରିଛନ୍ତି। ତେବେ ଉଭୟଙ୍କର ଏହି ଅନନ୍ୟ ପ୍ରତିଭା ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ପୁରସ୍କାର ଲାଗି ମନୋନୀତ କରାଯାଇଥିବା ଜଣାପଡିଛି। ଚଳିତ ବର୍ଷ ମୋଟ ୩୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ ୨ ଜଣ ମନୋନୀତ ହେବା ଏକ ଗର୍ବର ବିଷୟ। ଯାହାକୁ ନେଇ ରାଜ୍ୟର ସବୁଠି ଉତ୍ସାହ ଦେଖିବାକୁ ମିଳିଛି।

 

Get real time updates directly on you device, subscribe now.