fbpx

Big Breaking; ହୁତୁହୁତୁ ହୋଇ ଜଳୁଛି ବସ୍ ଟର୍ମିନାଲ: ଏକାଧିକ ବସରେ ଅଗ୍ନିକାଣ୍ଡ

ଜୟପୁର: କୋରାପୁଟ ଜୟପୁର ବସ୍ ଟର୍ମିନାଲରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏନଏଚ-୨୬ କଡ଼ରେ ଥିବା ବସ୍ ଟର୍ମିନାଲରେ ଅଚାନକ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ଘଟଣାସ୍ଥଳରେ ଏକାଧିକ ପରିତ୍ୟକ୍ତବସରେ ନିଆ ଲାଗିଯାଇଥିବା ବେଳେ ନିଆଁ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି ଦମକଳ ବାହିନୀ । ହୁତୁହୁତୁ ଜଳୁଥିବା ଏହି ବସ୍ ଟର୍ମିନାଲ ଭିତରେ ପ୍ରାୟ ୩୦ଟି ପରିତ୍ୟକ୍ତ ସିଟି ବସ୍ ରହିଥିବା ଜାଣିବାକୁ ମିଳିଛି । ତେବେ ସମୟ ବଢିବା ସହ ନିଆଁ ବ୍ୟାପିବା ନେଇ ଆଶଙ୍କା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଯତାଶୀଘ୍ର ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ଅଗ୍ନିଶମ ବାହିନୀ । ତେବେ ଟର୍ମିନାଲରେ ପଡ଼ି ରହିଥିବା ଏହି ବସ୍ ଗୁଡ଼ିକୁ କିଛି ଦିନ ତଳେ ସ୍କ୍ରାପରେ ବିକ୍ରି କରିବା ପାଇଁ ନୋଟିସ କରାଯାଇଥିଲା । ତେଣୁ ଅଗ୍ନିକାଣ୍ଡକୁ ନେଇ ସାଧାରଣରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.