fbpx

BIG BREAKING: ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ ପରଲୋକ

ଓଡ଼ିଶା ଭାସ୍କର: ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ ପରଲୋକ। ତେବେ ମୁମ୍ବାଇରେ ଆଜି ସାଧୁ ମେହେରଙ୍କ ପରଲୋକ ଘଟିଥିବା ଜଣାପଡିଛି। ସାଧୁଙ୍କ ପରଲୋକ ନେଇ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା।

ଏଠାରେ କହି ରଖୁଛୁ ଯେ, ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ଅନେକ ଖ୍ୟାତି ଅର୍ଜନ କରିଥିଲେ ସାଧୁ। ବିଶେଷକରି ଅଙ୍କୁର, ଭୁଖା, ମୃଗୟା, ଭୁବନ ସୋମ୍ ଓ ମନ୍ଥନରେ ସେ ନିଖୁଣ ଅଭିନୟ କରିଥିଲେ। ସିନେମା ଅଙ୍କୁର ପାଇଁ ତାଙ୍କୁ ୨୦୧୭ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁ ସେ ପଦ୍ମ ପୁରସ୍କାର ଗ୍ରହଣ କରିଥିଲେ।

 

Get real time updates directly on you device, subscribe now.