fbpx

Big breaking: ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ସାରା ଦେଶରେ ଡ୍ରାଇଭର ଆନ୍ଦୋଳନକୁ ନେଇ ଚିନ୍ତାଜନକ ପରିସ୍ଥିତି ଲାଗିରହିଥିବା ବେଳେ ବର୍ତ୍ତମାନ ବଡ଼ଖବର ସାମ୍ନାକୁ ଆସିଛି । ଓଡ଼ିଶାରେ ଏହି ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ହେବା ନେଇ ବର୍ତ୍ତମାନ ଖବର ଆସିଛି । ତେବେ ଏନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି ।

ତେବେ ଏ ନେଇ ଡ୍ରାଇଭର ସଂଘ ସହିତ ସରକାର ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ସରକାର ସେମାନଙ୍କର ଅନେକ ଦାବି ପୂରଣ କରିଥିବା କହିଛନ୍ତି କମିଶନର । ତେବେ ଏହି କାରଣରୁ ଏହି ଆନ୍ଦୋଳନ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଥିବା ସେ କହିଛନ୍ତି । ପରିବହନ ବିଭାଗକୁ ସହଯୋଗ କରି ସେମାନେ ଏହି ନିଷ୍ପତ୍ତି ନେଇଥିବାରୁ କମିଶନର ଏହାର ବେଶ ପ୍ରଶଂସା କରିଛନ୍ତି । ତେବେ ବର୍ତ୍ତମାନ ପାଇଁ କେବଳ ଓଡ଼ିଶାରେ ଏହି ଆନ୍ଦୋଳନ ସ୍ଥଗିତ ହୋଇଥିବା ନେଇ ସୂଚନା ମିଳିଛି । ସାରା ଦେଶରେ ଆନ୍ଦୋଳନକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଡ୍ରାଇଭର ସଂଘ ସହିତ ଆଲୋଚନା କରୁଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ସରକାରଙ୍କ ହିଟ ଆଣ୍ଡ ରନ ଆଇନକୁ ବିରୋଧ କରି ସାରା ଦେଶରେ ଡ୍ରାଇଭରଙ୍କ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ଜାରି ରହିଛି । ତେବେ ଏହି କାରଣରୁ ସମସ୍ତ ବସ ଟର୍ମିନାଲରେ ବସ ଚଳାଚଳ ଠପ ହୋଇଯାଇଛି । ତେବେ ଏଥିପାଇଁ ଅପେକ୍ଷାରତ ଯାତ୍ରୀମାନେ ବେଶ ହନ୍ତସନ୍ତ ହେଉଛନ୍ତି । ତେବେ ଏପରି ସ୍ଥିତି ଲାଗିରହିଥିବା କାରଣରୁ ଓମଫେଡ଼ ସେବା ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲ ସଙ୍କଟ ନେଇ ଆଶଙ୍କା ଉପୁଜିଛି । ଏପରି ସ୍ଥିତିରେ ଆନ୍ଦୋଳନ ସ୍ଥଗିତ ହେବା ଦ୍ୱାରା ରାଜ୍ୟବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି ।

Get real time updates directly on you device, subscribe now.