fbpx

ଧନିଆ କିଆରୀ ପାଖ ଦେଇ ଗଲା ବେଳେ ଦଲକାଏ ପବନରେ ମନ ଭରିଦିଏ ‘ଧନିଆ ଫୁଲ’

ଓଡ଼ିଶା ଭାସ୍କର: ଧନିଆ ଏକ ସବୁଦିନିଆ ଫସଲ । ବିଶେଷ କରି ଉଷ୍ଣ ମଣ୍ଡଳର ଆର୍ଦ୍ର ପରିବେଶରେ ଧନିଆ ଫୁଲ ଫୁଟେ ନାହିଁ । ମାତ୍ର ପତ୍ର ପାଇଁ ଚାଷ କରାଯାଇପାରେ । ଆମ ରାଜ୍ୟ  ଓଡ଼ିଶାରେ ସାଧାରଣତଃ ଶୀତ ଋତୁରେ ଧନିଆ ଚାଷ କରାଯାଏ । ଟାଣ ଖରା ପାଗ ଧନିଆ ଗଛର ବୃଦ୍ଧି ଓ ମଞ୍ଜି ଉତ୍ପାଦନ ପାଇଁ ଏକାନ୍ତ ଆବଶ୍ୟକ । ଟାଣ ଖରା ପାଗ ଧନିଆ ଗଛର ବୃଦ୍ଧି ଓ ମଞ୍ଜି ଉତ୍ପାଦନ ପାଇଁ ଏକାନ୍ତ ଆବଶ୍ୟକ । ପଟୁ, ଆଲୁଭିଆଲ ଏବଂ କଳା ମାଟିରେ ଧନିଆ ଭଲ ହୁଏ । ହେଲେ ବାଲିଆ ମାଟିରେ ଏ ଫସଲ ଉଧାଏ ନାହିଁ ।

କିପରି ଧନିଆ ଚାଷ କରିବେ- ଜମିକୁ ଭଲ ଭାବେ ହଳ କରି, ମାଟି ଗୁଣ୍ଡ କରି ହେକ୍ଟର ପ୍ରତି ୨୦ ଟନ୍ ସଢ଼ା କମ୍ପୋଷ୍ଟ ଖତ ପ୍ରୟୋଗ କରନ୍ତୁ । ୧୫ ବର୍ଗମିଟର ଛୋଟ ପଟାଳୀ କରି ଚାରିପଟେ ପାଣି ନାଳି ଛାଡ଼ନ୍ତୁ । ହେକ୍ଟର ପ୍ରତି ୧୫ କିଗ୍ରା ବିହନକୁ ଥିରାମ ବା କାପ୍‌ଟାନରେ ବିଶୋଧନ କରି ୧୦-୧୨ ଘଣ୍ଟା ପାଣିରେ ଭିଜାଇ ଛୋଟ ଛୋଟ ପଟାଳିରେ ୨୫-୩୦ ସେମି ବ୍ୟବଧାନରେ ଧାଡ଼ିରେ ବୁଣନ୍ତୁ । ବିହନ ବୁଣା ପରେ ପରେ ପଟାଳୀ ଗୁଡ଼ିକ ନଡ଼ାରେ ଘୋଡ଼ାଇ ରଖି ପ୍ରତିଦିନ ଜଳ ସିଞ୍ଚନ କରନ୍ତୁ । ୧୦-୧୫ ଦିନ ମଧ୍ୟରେ ମଞ୍ଜି ଗଜା ହୋଇଯିବା ପରେ ନଡ଼ା ବାହାର କରାଯାଏ । ଗଛ ଉଠିବାର ୧୫ ଦିନ ପରେ ଫୁଲ ଧରିବାର ୪୫ଦିନ ପର୍ଯ୍ୟନ୍ତ ପତ୍ର ଓ ଅଗ ଖୁଣ୍ଟା ଆରମ୍ଭ ହୋଇ ବିକ୍ରି ହୁଏ ।

ଇଏତ ଥିଲା ଧନିଆ ଚାଷ ବିଷୟରେ କିଛି ତଥ୍ୟ। ତେବେ ସବୁଠୁ ବେଶି ଭଲ ଲାଗେ ତାର ଫୁଲର ବାସ୍ନା। ଶୀତ ଦିନେ ଧନିଆ କିଆରୀ ପାଖ ଦେଇ ଗଲାବେଳେ ଦଲକାଏ ପବନରେ ମନ ଭରିଯାଏ। ଆଉ ସେଇ ନିଆରା ବାସ୍ନା ଟିକକ ମନରେ କେତେ ଖୁସି ଭରିଦିଏ।

Get real time updates directly on you device, subscribe now.