କଟକ:ମହାନଦୀକୁ ଡେଇଁଲେ ଯୁବକ । ପୁଣି ଆଉ ଏକ ଯୁବକ ଆତ୍ମହତ୍ୟା ଉଦ୍ୟମ କରି ମହାନଦୀକୁ ହେଇଁ ପଡିଛନ୍ତି ବୋଲି ସନ୍ଦେହ କରାଯାଉଛି । ଖବର ପାଇଁ ଘଟଣା ସ୍ଥଳରେ ଛାନଭିନ୍ନ କରୁଛନ୍ତି ଅଗ୍ନୀଶମ ବାହୀନି । ମୁଣ୍ଡୁଳୀ ବ୍ରିିଜ ଉପରୁ ଡେଇଁଛନ୍ତି ଯୁବକ । ତେବେ ଯୁବକ ଜଣକ ଆଠଗଡର ବୋଲି ସୂଚନା ମିଳୁଥିବା ବେଳେ ବ୍ରିଜ ଉପରେ ଗାଡି ଏବଂ ହେଲମେଟ ,ଚପଲ ପଡି ରହିଛି । ତେଣୁ ବର୍ତ୍ତମାନ ଅଗ୍ନୀଶମ ବାହୀନି ସର୍ଚ୍ଚଅପରେସନ ଆରମ୍ଭ କରିଦେଇଛନ୍ତି ।
ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ଏହି ଭଳି ଅନେକ ଘଟଣା ଦେଖିବାକୁ ମିଳିଛି । ଗତ କାଲି ପ୍ରକାଶ ପାଇଥିବା ଏନ୍ସିଆରବି ରିପୋର୍ଟ ଅନୁସାରେ ଦେଶରେ ୨୦୨୧ ମସିହାରେ ୧,୬୪,୦୩୩ ଜଣ ଆତ୍ମହତ୍ୟା କରିଛନ୍ତିି। ୫ ରାଜ୍ୟ ମହାରାଷ୍ଟ୍ର, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ୫୦ ପ୍ରତିଶତରୁ ଅଧିକ ଆତ୍ମହତ୍ୟା ହୋଇଛି। ଜାତୀୟ ଅପରାଧ ରେକର୍ଡ୍ସ ବ୍ୟୁରୋ ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୨୧ରେ ପ୍ରତି ୧ ଲକ୍ଷରେ ୧୨ ଲୋକ ଆତ୍ମହତ୍ୟା କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଚାକିରି, କ୍ୟାରିୟର, ଏକଲାପଣ, ପରିବାରରେ ବିବାଦ, ନିର୍ଯାତନା, ହିଂସା, ମାନସିକ ଅସୁସ୍ଥତା, ନିଶା, ଆର୍ଥିକ ସଙ୍କଟ ଏବଂ ଦୀର୍ଘଦିନ ଧରି ଯନ୍ତ୍ରଣା ଆତ୍ମହତ୍ୟାର କେତେକ ପ୍ରମୁଖ କାରଣ ବୋଲି ରିପୋର୍ଟରେ କୁହାଯାଇଛି।