fbpx

ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ

Advertisement

ମୁମ୍ବାଇ: ଦେଶରେ ଜାରି ରହିଥିବା ମହଙ୍ଗା ମାଡ଼ ମଧ୍ୟରେ ରାଜ୍ୟ ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଆଣି ଦେଇଛନ୍ତି। ସରକାର ପେଟ୍ରୋଲ ୫ ଟଙ୍କା ଏବଂ ଡିଜେଲ ୩ ଟଙ୍କା ହ୍ରାସ କରିଛନ୍ତି । ଯାହା ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଆଣିଦେବ । ଏହି ନିଷ୍ପତ୍ତିକୁ ମହାରାଷ୍ଟ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ରାଜ୍ୟରେ ନୂଆ ସରକାର ଆସୁ ଆସୁ ଲୋକମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ଏହା ସହିତ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି, ଯେଉଁ ଲୋକମାନେ ୧୯୭୫ ମସିହା ଜରୁରୀକାଳିନ ପରିସ୍ଥିତି ସମୟରେ ଜେଲ୍‌ରେ ବନ୍ଦ ଥିଲେ ସେମାନଙ୍କୁ ପେନସନ୍ ଦେବେ । ରାଜ୍ୟରେ ଏହିପରି ଏବେ ୩୬୦୦ ଲୋକ ଅଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପିତା ସେହି ସମୟରେ ଦୁଇ ମାସ ପାଇଁ ଜେଲରେ ଥିଲେ ।

ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପେଟ୍ରାଲ-ଡିଜେଲ ଦର ହ୍ରାସ କରିବା ନେଇ ଇଶାରା ଦେଇ ସାରିଥିଲେ । ସୂଚନା ଅନୁସାରେ ମୁମ୍ବାଇରେ ଏବେ ପେଟ୍ରୋଲ ଲିଟର ୧୧୧.୩୫ ଟଙ୍କା ଥିବା ବେଳେ ଏହା ଏବେ ହ୍ରାସ ପାଇଁ ୧୦୬.୩୫ ଟଙ୍କାକୁ ଖସି ଆସିବ । ସେହିପରି ଡିଜେଲ ୯୭ ଟଙ୍କା ଥିବା ବେଳେ ଏହା ଏବେ ୯୪.୨୮କୁ ହ୍ରାସ ପାଇବ ।

ପ୍ରାୟ ୧.୫ ମାସ ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିଥିଲେ। ପେଟ୍ରୋଲ ଏବଂ ଡିଜେଲରୁ କେନ୍ଦ୍ର ଯଥାକ୍ରମେ ୮ ଏବଂ ୬ ଟଙ୍କା ହ୍ରାସ ପାଇଥିଲା। ଏହା ପରେ ମହାରାଷ୍ଟ୍ର ସରକାର ମଧ୍ୟ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ। ତା’ପରେ ମହାରାଷ୍ଟ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ୍ ଯଥାକ୍ରମେ ୨.୦୮ ଏବଂ ଲିଟର ପିଛା ୧.୪୪ ଟଙ୍କା ହ୍ରାସ କରିଥିଲେ, ଏବେ ରାଜ୍ୟ ସରକାର ପୁଣି ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।

Get real time updates directly on you device, subscribe now.