fbpx

ଅଗଷ୍ଟ ୧୫ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର: ଶୁଣିଲେ ଖୁସିରେ ନାଚିବେ ଆପଣ

Advertisement

ନୂଆଦିଲ୍ଲୀ: ସରକାରୀ ଚାକିରି କରୁଥିବା ପ୍ରାୟ ୨୨ ଲକ୍ଷ କର୍ମଚାରୀ, ପେନସନଭୋଗୀ ଓ ସେମାନଙ୍କୁ ଉପରେ ନିର୍ଭରଶୀଳଥିବା ଲୋକଙ୍କ ପାଇଁ ଏକ ବଡ଼ ଉପହାର ଆଣିଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର । ଉତ୍ତରପ୍ରଦେଶ ସରକାର ଚିକିତ୍ସା ପାଇଁ କ୍ୟାସଲେସ୍ ସୁବିଧା ଦେବା ଆରମ୍ଭ କରିଛନ୍ତି । କର୍ମଚାରୀଙ୍କ ନିର୍ଭରଶୀଳଙ୍କୁ ମିଶାଇ ୭୫ ଲକ୍ଷରୁ ଅଧିକ ଲୋକ କ୍ୟାସଲେସ ଚିକିତ୍ସାର ଲାଭ ଉଠାଇପାରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଦିନ ଲୋକ ଭବନ ଅଡିଟୋରିୟମରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ରାଜ୍ୟ କର୍ମଚାରୀ କ୍ୟାସଲେସ ମେଡିକାଲ ଯୋଜନା ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ, ସରକାର କର୍ମଚାରୀମାନଙ୍କୁ ତାଙ୍କ ପରିବାରର ଅଂଶ ବୋଲି ବିବେଚନା କରନ୍ତି । ଏଭଳି ପରିସ୍ଥିତିରେ କର୍ମଚାରୀଙ୍କର ଚିନ୍ତା କରିବାକୁ ପଡିବ । କର୍ମଚାରୀଙ୍କୁ ପ୍ରଶଂସା କରି ସିଏମ୍ କହିଛନ୍ତି ଯେ, କର୍ମଚାରୀଙ୍କ କଠିନ ପରିଶ୍ରମର ଯୋଗୁଁ ୟୁପି ଆଜି ଏକ ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ଆଡକୁ ଗତି କରୁଛି ।

ଏହି ଅବସରରେ ଡେପୁଟି ସିଏମ ବ୍ରଜେଶ ପଠକ କହିଛନ୍ତି ଯେ, ‘ଷ୍ଟେଟ୍ ହେଲଥ୍ କାର୍ଡ’ ମାଧ୍ୟମରେ ରାଜ୍ୟ ସରକାରୀ କର୍ମଚାରୀ, ପେନସନଭୋଗୀ ଏବଂ ସେମାନଙ୍କ ନିର୍ଭରଶୀଳମାନେ ଆୟୁଷ୍ମାନ ଭାରତ ଅଧୀନରେ ପଞ୍ଜୀକୃତ ସମସ୍ତ ମେଡିକାଲ କଲେଜ, ସରକାରୀ ଡାକ୍ତରଖାନା ଏବଂ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇବେ । ସ୍ୱାସ୍ଥ୍ୟମନ୍ତ୍ରୀ ମୟଙ୍କେଶ୍ୱର ଶରଣ ସିଂ କହିଛନ୍ତି ଯେ, କାର୍ଡ ତିଆରି ଆରମ୍ଭ ହୋଇଛି । କର୍ମଚାରୀ ଏବଂ ସେମାନଙ୍କ ନିର୍ଭରଶୀଳମାନେ ଯଥାଶୀଘ୍ର ‘ଷ୍ଟେଟ୍ ହେଲଥ୍ କାର୍ଡ’ କରିନିଅନ୍ତି ।

Get real time updates directly on you device, subscribe now.