fbpx

(Video) ରାଜଧାନୀରେ ବଡ଼ ଅଘଟଣ: ରାତି ଅଧରେ ହଠାତ୍ ଘଟିଗଲା ଏକ ଭୟଙ୍କର ଅଗ୍ନିକାଣ୍ଡ, ଲୋକେ ଛାନିଆ…

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ପ୍ରମୁଖ ରାଜନୈତିକ ଦଳର ବଡ଼ ବଡ଼ ନେତାଙ୍କର ରୋଡ଼ ଶୋ’ରେ ରାଜଧାନୀର ଭୂମି କମ୍ପିବାରେ ଲାଗିଛି । ତେବେ ଏହା ମଧ୍ୟରେ ରାଜଧାନୀବାସୀ ରାତିରେ ଶାନ୍ତିରେ ଶୋଇଥିବା ସମୟରେ ଘଟିଥିଲା ଏକ ବଡ଼ ଅଘଟଣ । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ଛକ ନିକଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା । ଏହି ଅଗ୍ନିକାଣ୍ଡର ନିଆଁ ଲିଭୁନଥିଲା । ରାତି ଅଧରେ ଏଭଳି ଅଗ୍ନିକାଣ୍ଡକୁ ନେଇ ଲୋକମାନେ ଭୟରରେ ଛାନିଆ ହୋଇପଡ଼ିଥିଲେ ।

ଏହି ଭୟଙ୍କର ଅଗ୍ନିକାଣ୍ଡରେ ୫ଟି ଦୋକାଉଁ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ୨ଟି ସିଲିଣ୍ଡର ଫାଟି ଯାଇଥିଲା । ରାତି ଅଧରେ ଘଟିଯାଇଥିବା ଏହି ଅଗ୍ନିକାଣ୍ଡକୁ ନେଇ ରାଜଧାନୀବାସୀ ଭୟଭୀତ ହୋଇଯାଇଥିଲେ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ ଗୋଟିଏ ବାଇକ୍ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା କୁହାଯାଉଛି । ଫାଷ୍ଟଫୁଡ୍ ଦୋକାନରୁ ସର୍ଟିଶର୍କିଟ ଲାଗି ଏହି ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି । ମପରେ ଖବର ପାଇ ପୋଲିସ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ନିଆଁକୁ ଆୟତ୍ତ କରିଥିଲେ । ଦୀର୍ଘ ସମୟର ପରିଶ୍ରମ ପରେ ଶେଷରେ ନିଆଁକୁ ଆୟତ୍ତ କରାଯାଇଥିଲା ।

Get real time updates directly on you device, subscribe now.