ପେଟ୍ରୋଲ ଦର ହ୍ରାସ ପରେ ଏବେ ସିଏନଜିକୁ ନେଇ ବଡ ଖବର: ଆପଣ ବି ପାଇ ପାରିବେ ଲାଭ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ପେଟ୍ରୋଲ ଏବଂ ଡିଜେଲ ଦରବୃଦ୍ଧିରୁ ସାମାନ୍ୟ ମୁକ୍ତି ମିଳିଛି । ଏହାପରେ ସିଏନଜିକୁ ନେଇ ଆସିଛଇ ଏକ ବଡ ଖବର । ସିଏନଜିର ମୂଲ୍ୟ ହ୍ରାସ କରିବା ପାଇଁ ଏବଂ ପ୍ଲାଷ୍ଟିକ ଓ ଇସ୍ପାତ ଦ୍ରବ୍ୟଗୁଡିକର କିଛି କଞ୍ଚାମାଲ ଉପରେ ଆମଦାନୀ ଶୁକ୍ଳ ହ୍ରାସ କରିବା ପାଇଁ ସରକାରଙ୍କୁ ସିଆମ ଅନୁରୋଧ କରିଛି । ତେବେ ଏମିତି ହେଲେ ଆଗାମୀ ଦିନରେ ସିଏନଜିର ମୂଲ୍ୟ ମଧ୍ୟ କମ ହୋଇପାରେ ବୋଲି ଆଶା କରାଯାଉଛି ।

ଅଟୋ ଇଣ୍ଡଷ୍ଟ୍ରି ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ହ୍ରାସ କରିବା ନିଷ୍ପତ୍ତିକୁ ସ୍ୱାଗତ କରୁଛି ବୋଲି ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟ୍ୟାଗ କରି ପୋଷ୍ଟ କରିଛି ସିଆମ । ମୁଦ୍ରାସ୍ପୀତି ସୃଷ୍ଟି କରୁଥିବା ଚାପକୁ ହ୍ରାସ କରିବା ସହ ସାଧାରଣ ଜନତାଙ୍କୁ ଚିନ୍ତାରୁ ମୁକ୍ତି ଦେବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ଏହା ସହିତ ସିଏନଜିରେ ମଧ୍ୟ ଦାମ କମ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛି ସିଆମ ।

ଗତ ୭ ମାସରେ ସିଏନଜି ଦରରେ ଖୁବ ବୃଦ୍ଧି ଘଟିଛି । ସେଥିପାଇଁ ଷ୍ଟିଲ ଏବଂ ପ୍ଲାଷ୍ଟିକ ଦ୍ରବ୍ୟ ଉପରେ ଆମଦାନୀ ଶୁକ୍ଳ କମ କରିବା ପାଇଁ ମଧ୍ୟ ସଂଗଠନ ପକ୍ଷରୁ ନିବେଦନ ହୋଇଛି । ତୈଳଜାତ ଦ୍ରବ୍ୟରେ ମୂଲ୍ୟରେ ଲଗାତାର ବୃଦ୍ଧି ପାଇଁ ସାଧାରଣ ଜନତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହାକୁ ନଜରରେ ରଖି ପେଟ୍ରୋଲରେ ଏକ୍ସାଇଜ ଡ୍ୟୁଟି ୮ଟଙ୍କା ଏବଂ ଡିଜେଲରେ ୬ଟଙ୍କା ହ୍ରାସ କରିଛନ୍ତି ।